ଅପରାଜିତା ଙ୍କ ନାମରେ ଥାନାରେ ଏତଲା ଦେଲେ ଆଦିବାସୀ ଯୁବଛାତ୍ର ସମୂହ

ବହୁ ଚର୍ଚ୍ଚା ର ଅନ୍ତ ଘଟାଇ ଶେଷରେ 27ତାରିଖ ଗତକାଲି ବିଜେପି ରେ ଦଳୀୟ କର୍ମକର୍ତା ଙ୍କ ଉପସ୍ତିତି ରେ ଯୋଗ ଦେଇଥିଲେ ବରିଷ୍ଠ ଆଇଏସ ଅଧିକାରୀ ଅପରାଜିତା ଷଡଙ୍ଗୀ । ବିଜେପି ରେ ମିଶିବା ପାଇଁ ପୂର୍ବରୁ ସ୍ଵେଛା କୃତ ଅବସର ନେଇଥିଲେ ଶ୍ରୀମତୀ ଷଡ଼ଙ୍ଗୀ I ବିଜେପି ର ନୀତି ଏବଂ ଦ୍ରୁତ ବିକାଶ ପ୍ରତି ଆକର୍ଷିତ ହେଇ ଦଳରେ ମିଶିଥିବା ପ୍ରତିକ୍ରିୟା ରଖିଥିବା ବେଳେ ଆଜି ତାଙ୍କ ନାମରେ ଏତଲା ଦିଆଯାଇଛି I

ପ୍ରାପ୍ତ ସୂଚନା ଅନୁଯାଇ ମୂଳ ଆଦିବାସୀ ଯୁବଛାତ୍ର ସମୂହ ,ଅପରାଜିତା ଙ୍କ ନାମରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ଯେ ଗତକାଲି ପ୍ରେସମିଟ୍ ସମୟ ରେ ଅପରାଜିତା ସମ୍ଭିଧାନ କୁ ଉଲ୍ଲଙ୍ଘନ କରି ଏକ ଅସମ୍ଭିଧାନିକ ଶବ୍ଧ ଯାହାକି କୁଆଡେ କୋର୍ଟଙ୍କ ଦ୍ବାରା ବାରଣ କରାଯାଇଛି ,ସେହି ଶବ୍ଧ କୁ ପ୍ରୟୋଗ କରିଥିଲେ I

ଏଣୁ ତୁରନ୍ତ ଅପରାଜିତା ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୂଳ ଆଦିବାସୀ ଯୁବଛାତ୍ର ସମୂହ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *