ସତ୍ୟବାଦୀରେ ଶକ୍ତି ଦେଖାଇଲେ ଜୟନ୍ତ, ବିରୋଧି ଶିବିରରେ କମ୍ପନ

ଦୀର୍ଘ ଦିନ ଧରି ସତ୍ୟବାଦୀ ବିଜେଡି ରେ ବିଧାୟକ ଉମାକାନ୍ତ ସାମନ୍ତରାୟ ଏବଂ ପୂର୍ବତନ ପୁରୀ ନଗରପାଳ ଜୟନ୍ତ ଷଡ଼ଙ୍ଗୀ (ନିଲୁ)ଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଶେଷରେ ସାମ୍ନା କୁ ଆସିଛି I ଦୀର୍ଘ ଦିନ ଧରି ଦଳୀୟ କର୍ମୀ ,ଦୁଇ ବ୍ଲକ ସଭାପତି ରତିକାନ୍ତ ମିଶ୍ର ଏବଂ ସୁଶୀଲ କାନ୍ତ ରାଉତ ଙ୍କୁ ଅବହେଳା ସହିତ ଅଣଦେଖା କରିବାକୁ ନେଇ ଜୟନ୍ତ ଏବଂ ଉମା ସାମନ୍ତରାୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା I ଦଳୀୟ କର୍ମୀ ଙ୍କୁ ଅବହେଳା କରିବା ପ୍ରତିବାଦ ରେ ଦୁଇ ବ୍ଲକ ସଭାପତି ଙ୍କ ସମେତ ହଜାର ହଜାର କର୍ମୀ ବିଧାୟକ ଙ୍କ ବିରୋଧରେ ପୂର୍ବରୁ ସାଂସଦ ଙ୍କ ବାସଭବନରେ ଫେରାଦ ହେଇଥିଲେ I

ବିଧାୟକ ଙ୍କ ଏକଚାଟିଆ ମନମୁଖୀ ସାଶନ କୁ ବିରୋଧ କରି ବିଜେଡି କର୍ମୀ ମାନେ ଶେଷରେ ବାଧ୍ୟ ହେଇ ପୁରୀ ର ପୂର୍ବତନ ନଗରପାଳ ତଥା ସତ୍ୟବାଦୀ ର ମାଟିର ପୁଅ ନିଲୁ ଷଡ଼ଙ୍ଗୀଙ୍କୁ ନିଜ ପସନ୍ଦର ନେତା ଭାବରେ ଚୟନ କରି ଦଳର ଦୃଷ୍ଟି ଆକର୍ଷଣ କରିଛନ୍ତି I

ବିଜେଡି ଇତିହାସ ରେ ଦୀର୍ଘ 20ବର୍ଷ ମଧ୍ୟରେ ଏଠାରେ ଶଙ୍ଖ ବାଜିନଥିବା ବେଳେ ପୁନର୍ବାର ଦଳୀୟ କନ୍ଦଳ ଯୋଗୁଁ ଦଳ ର କ୍ଷତି ଭରଣା କରିବାକୁ ଅଣ୍ଟା ଭିଡିଛନ୍ତି ଜୟନ୍ତ I ଅପରପକ୍ଷରେ ଜୟନ୍ତ ଙ୍କ ସମର୍ଥନ ରେ ହଜାର ହଜାର ବିଜେଡି କର୍ମୀ /ସମର୍ଥକ ଆଗେଇ ଆସିଛନ୍ତି ଜୟନ୍ତ ଙ୍କ ସହିତ I ପ୍ରାପ୍ତ ସୂଚନା ଅନୁଯାଇ ସତ୍ୟବାଦୀ ଗୋପାଳ ଜୀଉ ମନ୍ଦିର ରେ ଦୀପ ଜଳାଇ ଶୁଭାରମ୍ଭ କରି ଗୋପବନ୍ଧୁ ଙ୍କ ପ୍ରତିମୁର୍ତି ରେ ମାଲ୍ୟାପର୍ଣ କରି , ପାଖାପାଖି 1200 ବାଇକରେ ଏକ ବିଶାଳ ଶୋଭାଯାତ୍ରା କଣାସ ଅଭିମୁଖେ ବାହାରିଥିଲା I

ଆଜି କଣାସ ର ଦୋକନ୍ଦା ମେଳଣ ପଡିଆ ରେ ଏକ ବିଶାଳ ମହା ସମାବେଶ ଅନୁଷ୍ଠିତ ହେଇଥିଲା ଯେଉଁଥିରେ କି ପାଖାପାଖି 6000 ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ,ଏତଦବ୍ୟତୀତ 20ରୁ ଉର୍ଦ୍ଧ ସରପଞ୍ଚ ,ପୂର୍ବତନ ସରପଞ୍ଚ ,ନୋମିନି ଯୋଗ ଦେଇଥିଲେ ଏବଂ ବିଜେଡି ର ଦୁଇ ବ୍ଲକ ସଭାପତି ଙ୍କ ଉପସ୍ତିତି ରେ ଜୟନ୍ତ ଉଦ୍ବୋଧନ ଦେଇଥିଲେ I ବିଧାୟକ ଉମା ସାମନ୍ତରାୟ ଙ୍କ ବିପକ୍ଷରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗୁଥିବା ବେଳେ ଜୟନ୍ତ ଙ୍କ ପ୍ରତି ବିପୁଳ ସମର୍ଥନ ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ହାଇକମାଣ୍ଡ ଜୟନ୍ତ ନା ଉମା ଙ୍କୁ ଦଳୀୟ ପ୍ରାଥୀ କରୁଛନ୍ତି ତାହା କେବଳ ଦେଖିବାର ବାକି ଅଛି I ସତ୍ୟବାଦୀ ରୁ ସମ୍ବାଦଦାତା ଲକି ,ଓଡିଶା Exclusive I

Leave a Reply

Your email address will not be published. Required fields are marked *