ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଓ୍ବେସ୍କୋ ଜେଇ

ବକେୟା ବିଦ୍ୟୁତ୍ ବିଲ୍ ରଫା ଦଫା କରିବାକୁ ୧୫ହଜାର ଟଙ୍କା ଲାଞ୍ଚ :-ବିଦ୍ୟୁତ ବିଭାଗ ରେ ପୁଣି ଥରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜଣେ ଜେଇ I ପ୍ରାପ୍ତ ସୂଚନା ଅନୁଯାଇ ଭବାନୀପାଟଣାର ତ୍ରୀନାଥ ନାଏକଙ୍କର ବକେୟI ଏରିଅର ରହିଥିଲା ଯାହାକୁ କି ସମ୍ପୂର୍ଣ୍ଣ ଜିରୋ କରିଦେବାକୁ
ଭବାନୀପାଟଣା ସେକ୍ସନ ୧ର ର ଜେଇ ଧରମବୀର ସାହୁ 15ହଜାର ଲାଞ୍ଚ ମାଗିଥିଲେ I ଲାଞ୍ଚ ମାଗିବା ଏବଂ ଦେବା ଏକ ଅପରାଧ ହେଇଥିବାରୁ ଏନେଇ ତ୍ରିନାଥ ଭିଜିଲାନ୍ସ ଅଫିସ ରେ ଜଣାଇଥିଲେ I ପୂର୍ବ ସୂଚନା ଅନୁଯାଇ ଜେଇ ଧରମବୀର ସାହୁ ତ୍ରିନାଥ ଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେଘଟଣା ସ୍ଥଳରୁ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଜେଇ ଙ୍କୁ ଗିରଫ କରିଛନ୍ତି I

Leave a Reply

Your email address will not be published. Required fields are marked *