ନୂଆବର୍ଷରେ ନୂଆ ରୂପରେ ପରଦାକୁ ଫେରୁଛନ୍ତି ପପୁ ପମପମ

ଖୁବ ଅଳ୍ପ ଦିନ ଭିତରେ ନିଜର ଦମଦାର କମେଡି ପାଇଁ ସବୁ ଓଡ଼ିଆ ଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି ପପୁ ପମପମ I ଓଡିଶା କମେଡି ଜଗତ ର ସେ କିଙ୍ଗ I କେବଳ କମେଡି ନୁହେଁ ଚଳଚିତ୍ର ର ମୁଖ୍ୟ ନାୟକ ସହିତ ରାଜନୀତି ରେ ବି ଦେଖାଯାଇଥିଲେ ପପୁ I ତେବେ ପପୁ ଜଣେ ସଂଗୀତକାର ହେଇଥିଲେ ମଧ୍ୟ କମେଡି ଜଗତ ରେ ସମସ୍ତଙ୍କ ହୃଦୟ ଛୁଇଁ ପାରିଥିଲେ I ପାନକ୍ରିୟାସ ଜନିତ ସଂକ୍ରମଣ ରେ ପୀଡିତ ହେଇ ହସ୍ପିଟାଲ ରେ ଆଡମିଟ ହେଇ ଘରକୁ ଫେରିବା ର ଦୀର୍ଘ 7ମାସ ହେବ ଅସୁସ୍ଥତା ହେତୁ ପପୁ କୌଣସି ଚଳଚିତ୍ର କିମ୍ବା କମେଡି କରିନଥିବାରୁ ସାରା ଓଡିଶା ବାସି ତାଙ୍କ ନୂଆ କମେଡି କୁ ଅତ୍ୟନ୍ତ ଆଗ୍ରହ ସହକାରେ ଅନେଇ ରହିଥିବା ବେଳେ ଖୁବ ଶୀଘ୍ର ନୂଆ ରୂପରେ ଫେରୁଛନ୍ତି ପପୁ ପମପମ I

ନୂଆବର୍ଷ ଉପଲକ୍ଷେ ଓଡ଼ିଆ ଚଳଚିତ୍ର ଚିରକୁଟ ଆସୁଛି ଯାହାକି ଏକ ହIସ୍ୟାତ୍ମକ ଚଳଚିତ୍ର I ଏହାର ସଂଗୀତ ଏବଂ ନିର୍ଦେଶନା ପପୁ ପମପମ ଦେଇଛନ୍ତି I

Leave a Reply

Your email address will not be published. Required fields are marked *