ପୁଣି ଏକାଠି ପରଦାକୁ ଆସି ଦର୍ଶକ ଙ୍କ ହୃଦୟ ଜିଣିଲେ ଚନ୍ଦନ ତୁଳସି

ଦୀର୍ଘ 6ବର୍ଷ ତଳେ ସୀତାରାମ ଅଗ୍ରୱାଲ ଙ୍କ ସାର୍ଥକ ଟିଭି ରେ ଆରମ୍ଭ ହେଇଥିବା ନୂଆ ଧାରାବାହିକ ତୋ ଅଗଣାର ତୁଳସି ମୁଁ ରେ ଚନ୍ଦନ ଏବଂ ତୁଳସି ଙ୍କ ପ୍ରେମ କାହାଣୀ ଧୀରେ ଧୀରେ ସମସ୍ତଙ୍କୁ ଛୁଇଁ ପାରିଥିଲା I ଚନ୍ଦନ ଭୂମିକା ରେ ତୁଷାର ଏବଂ ତୁଳସି ଭୂମିକାରେ ଶ୍ଵେତାଲୀନା ଅଭିନୟ କରୁଥିଲେ I ଦୁଇଜଣ ଙ୍କ ଦମଦାର ଅଭିନୟ ଯୋଗୁଁ ବହୁତ କମ ସମୟ ମଧ୍ୟରେ ଦର୍ଶକ ଙ୍କ ମନ ଜିଣିପାରିଥିଲେ I ପରେ କ୍ରମଶଃ କାହାଣୀର ମୋଡ ଅନୁଯାଇ ଶ୍ଵେତାଲୀନା ବିଦାୟ ନେଇଥିଲେ ଏବଂ ତାଙ୍କ ସ୍ଥାନରେ ଜେସି ଏଣ୍ଟ୍ରି କରିଥିଲେ ଏବଂ ଜେସି ଙ୍କ ବିବାଦ ପରେ ଲିପ୍ସା ଆସିଥିଲେ I ତେବେ ସବୁ ପରେ ବି ତୋ ଅଗଣାର ତୁଳସି ମୁଁ ଦର୍ଶକ ଙ୍କର ପ୍ରଥମ ପସନ୍ଦ ପାଲଟିଥିଲା I

6ବର୍ଷ ତଳେ ଏକାଠି ଆସିଥିବା ଏହି ଯୋଡି ଙ୍କୁ ପୁଣିଥରେ ଏକାଠି ଆଣିଛନ୍ତି ସୀତାରାମ ଅଗ୍ରୱାଲ ଏକ ରୋମାଣ୍ଟିକ ଗୀତ ମାଧ୍ୟମ ରେ I ୟା ମଧ୍ୟରେ ସାର୍ଥକ ଟିଭି ଜ଼ି ଦ୍ୱାରା ଅଧିକୃତ ହେଇସାରିଛି ଏବଂ ସାର୍ଥକ ମ୍ୟୁଜିକ ସିଦ୍ଧାର୍ଥ ମ୍ୟୁଜିକ ରେ ବଦଳି ସାରିଛି I ସିଦ୍ଧାର୍ଥ ମ୍ୟୁଜିକ ରେ ଶ୍ଵେତାଲୀନା ଏବଂ ତୁଷାର ଙ୍କୁ ଏକ ଆଲବମ ତତେ ଚାହିଁବାରେ ଯେଉଁ ମଜା ଅଛି ଛୁଇଁବାରେ ନାହିଁ ଜରିଆରେ ପୁଣି ଏକାଠି ଆଣିଛନ୍ତି ସୀତାରାମ I

ଗୀତ ଟି ଯୁବ ସଂଗୀତକାର ବିଷ୍ନୁମୋହନ ଗାଇଛନ୍ତି I 23ନଭେମ୍ବର ରେ ୟୁଟୁବ ଚାନେଲ ରେ ଅପ୍ଲୋଡ ହେଇଥିବା ଗୀତଟି ସମସ୍ତଙ୍କର ହୃଦୟକୁ ଛୁଇଁ ପାରିଛି ୟା ମଧ୍ୟରେ ପାଖାପାଖି 16ଲକ୍ଷ ଦର୍ଶକ ଗୀତଟିକୁ ଦେଖି ସାରିଲେଣି I

Leave a Reply

Your email address will not be published. Required fields are marked *