ପଶୁ ଠାରୁ ହୀନ ସାଜିଲା ମଣିଷ ,ବଣମଣିଷକୁ ଲଗାତାର ଧର୍ଷଣ,ମୃତ୍ୟୁ ସହିତ ଲଢ଼ୁଛି ବିଚାରି ..

ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗୁଛି ,ଦୁଷ୍କର୍ମ ରୋକିବାକୁ ନୂଆ ନୂଆ ଆଇନ ପ୍ରଣୟନ ମଧ୍ୟ କରାଯାଉଛି ତଥାପି ଅପରାଧୀ ଙ୍କୁ ରୋକି ହେଉନି I ତେବେ ମଣିଷ ଯେ ଏତେ ତଳକୁ ଖସିଯାଇ ବଣମଣିଷକୁ ଦୁଷ୍କର୍ମ କରିବେ ତାହା ସହଜରେ ବିଶ୍ୱାସ ନହେଲେ ମଧ୍ୟ ଘଟଣା ସତ୍ୟ I ଏପରି ଏକ ଘଟଣା ଘଟିଛି ଇଣ୍ଡୋନେସିଆର । ପ୍ରାପ୍ତ ସୂଚନା ଅନୁଯାଇ କିଛି ଦୁର୍ବୁର୍ତ ଛୋଟ ବେଳୁ ଏକ ବଣମଣିଷ କୁ ଜଙ୍ଗଲ ରୁ ଆଣି ତାହାକୁ ଏକ ବେଶ୍ୟାଳୟ ରେ ଛାଡିଥିଲେ I ଏବଂ ପରବର୍ତୀ ସମୟରେ ତାହାର ନାମକରଣ କରାଯାଇଥିଲା ପୋନି I ତେବେ ଛୋଟ ବେଳୁ ପୋନି ର ସମସ୍ତ ଲୋମ କୁ ନିୟମିତ କାଟି ଦିଆଯାଉଥିଲା I

ଯୌନ ଜଡିତ ବିଭିର୍ଣ୍ଣ ମୁଦ୍ରା ତାକୁ ଶିଖା ଯାଇଥିଲା I ଅତି କମ ଟଙ୍କାରେ ତାହା ସହିତ ଗ୍ରାହକ ମାନେ ଦୁଷ୍କର୍ମ କରୁଥିଲେ I ପୋନି କୁ ଏକ ଗଛ ରେ ବାନ୍ଧି ଦିଆଯାଉଥିଲା Iକଥା ନମାନିଲେ ନିସ୍ତୁକ ମାଡ ଦିଆଯାଉଥିଲା I ତେବେ ଦୁଃଖର ଘଟଣା କୌଣସି ବି ଲୋକ ଏହାର ପ୍ରତିବାଦ କରୁନଥିଲେ ବରଂ ରାତିରେ ଦୁଷ୍କର୍ମ କରି ସକାଳୁ ଚାଲିଯାଉଥିଲେ I

ବିଚାରି ପୋନି ପୁରୁଷ ମାନଙ୍କୁ ଦେଖି ଲେ ଭୀଷଣ ଡରି ଯାଇ କାନ୍ଦିବାକୁ ଲାଗୁଥିଲା ଭୟରେ I କୌଣସି ଏକ ସୂତ୍ର ରୁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଖବର ପାଇ ପୋନି କୁ ଉଦ୍ଧାର କରି ହସ୍ପିଟାଲ ରେ ଚିକିତ୍ସା କରୁଛନ୍ତି I ଲଗାତାର ଦୁଷ୍କର୍ମ ଯୋଗୁ ପୋନି ର ମାନସିକ ଅବସ୍ଥା ସହିତ ଶାରୀରିକ ଅବସ୍ଥା ଠିକ ନାହିଁ I

Leave a Reply

Your email address will not be published. Required fields are marked *