ସାବାସ୍ ବିଡିଓ:ଅଚିନ୍ହା ଲୋକଙ୍କ ଶବ କୁ ୨ କିମି ଯାଏ କାନ୍ଧରେ ବୋହି କଲେ ଶବ ସତ୍କାର

ଆଜିର ସମାଜରେ ମଣିଷପଣିଆ ଧୀରେ ଧୀରେ ମରିଯିବାକୁ ବସିଛି I କାହା ପାଇଁ କାହାର ସମୟ ନାହିଁ I ରାସ୍ତାକଡ଼ରେ ଦୁର୍ଘଟଣା ହେଲେ ଦୁର୍ଘଟଣା ଗ୍ରସ୍ତ ମନୁଷ୍ୟ କୁ ସାହାଯ୍ୟ ବଦଳରେ ରାସ୍ତା କାଟି ଚାଲିଯାଏ ସ୍ୱାର୍ଥପର ମଣିଷ I ତେବେ ଆଜିର ଏହି ସ୍ୱାର୍ଥପର ଦୁନିଆ ରେ ଯେ ସମସ୍ତେ ସ୍ୱାର୍ଥନେସ୍ୱୀ ତାହା ଭାବିବା ଭୁଲ I ଏବେ ବି ମାନବିକତା ମରିନି ମଣିଷପଣିଆ ବଞ୍ଚିଛି ସେଥିପାଇଁ ତ ବିଶ୍ୱାସ ନାମକ ଶବ୍ଧ ଅଛି I ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଖପରାଖୋଲ ଅଞ୍ଚଳ ରେ I ଜଣେ ଅଚିନ୍ହା ଲୋକଙ୍କ ମୃତଦେହ ପଡିରହିଥିଲା ,ବହୁ ଚେଷ୍ଟା ସତ୍ୱେ ପରିବାର ଲୋକ କେହି ନଆସିବାରୁ ଶେଷରେ ନିଜେ ବିଡିଓ ତରଣୀ ସୁନା ଅଚିନ୍ହା ଶବ କୁ କାନ୍ଧେଇ ୨ କିମି ଯାଏ କାନ୍ଧରେ ବୋହି ନିକଟ ମଶାଣି କୁ ନେଇଥିଲେ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେI

ଏବଂ ସେହି ସ୍ଥାନରେ ଅଚିନ୍ହା ମୃତ ବ୍ୟକ୍ତି ଙ୍କର ଶବ ସତ୍କାର କରିଥିଲେ I ଘଟଣା ଟି ଜଣାପଡିବା ପରେ ସବୁଆଡୁ ବିଡ଼ିଓ ଙ୍କୁ ପ୍ରସଂଶା ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *