ନବୀନ ଙ୍କ ପାଇଁ ଓଡ଼ିଆ ଆଲବମ୍ ଗୀତ ,ନବୀନ ଙ୍କ ଜୟଗାନ କଲେ ହ୍ୟୁମାନ ସାଗର !!!

ସଂଗୀତ ହେଉଛି ହୃଦୟ ର ଭାଷା ,ଯାହାକୁ ଶୁଣିଲେ ମନ ଶାନ୍ତି ରହିଥାଏ I ତେବେ ଅନେକାଂଶ ସମୟରେ ରାଜନୀତି ରେ ପ୍ରଚାର ପାଇଁ ମଧ୍ୟ ଗୀତ ରଚନା କରାଯାଇଥାଏ ବିଭିର୍ଣ୍ଣ ଦଳ ପାଇଁ I ବେଳେବେଳେ ଅନ୍ୟମାନଙ୍କୁ ଆଦର୍ଶ ଭାବି ବି ତାଙ୍କ ଫ୍ୟାନ ମାନେ ତାଙ୍କ ପାଇଁ ଗୀତ ଲେଖିଥାନ୍ତି ଯେମିତିକି ଅନୁଭବ ଫ୍ୟାନ ଆମେ ,ବାବୁଶାନ ଫ୍ୟାନ ଆମେ ଭଳି ଗୀତ I ତେବେ ଏଥର କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଡି ହେଇଯାଇଛନ୍ତି ଏ କ୍ଷେତ୍ରରେ I ନବୀନ ଙ୍କ ପାଇଁ ଲେଖାଯାଇଛି ଗୀତ I ଗୀତଟି ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି

I ନବୀନ ଙ୍କ ଲୋକପ୍ରିୟତା ଠାରୁ ଆରମ୍ଭ କରି ତାଙ୍କ ପୋଷାକ ପରିଚ୍ଛଦ ,ବ୍ୟବହାର ,କାମ ସବୁର ଭୁୟସୀ ପ୍ରସଂଶା କରାଯାଇଛି ଏହି ଗୀତରେ Iଗୀତଟିକୁ ଓଡ଼ିଶାର ଲୋକପ୍ରିୟ ଗୀତିକାର ହ୍ୟୁମାନ ସାଗର ଗାଇଥିବା ବେଳେ ଲିରିକ୍ସ ଦେଇଛନ୍ତି ସୁନୀଲ ମହାନ୍ତି I ସଂଗୀତ ନିର୍ଦେଶକ ଜାପାନୀ ଥିବାବେଳେ ଗୀତଟି ଅରମାନ ମ୍ୟୁଜିକ ବାନର ରେ ମୁକ୍ତିଲାଭ କରିଛି I

Leave a Reply

Your email address will not be published. Required fields are marked *