ଆଖିରେ ବଢୁଛି ମାଂସ ,ଯନ୍ତ୍ରଣାରେ ଛଟପଟ ଅଜିତ ,ଗରିବୀ ସାଜିଛି ବାଧକ

ବୟସ ଚଉଦ ,ମନରେ ଭବିଷ୍ୟତ କୁ ନେଇ ବିରାଟ ବଡ ସ୍ବପ୍ନ I ଇଛା ହୁଏ ସ୍କୁଲ ରେ ପଢିବାକୁ ,ସାଙ୍ଗସାଥି ମାନଙ୍କ ସହିତ ହସି ଖେଳିବାକୁ କିନ୍ତୁ ଭାଗ୍ୟ ଯେମିତି ଉପହାସ କରୁଛି I ଏତେ ଛୋଟ ବୟସ ରେ ସହିବାକୁ ପଡୁଛି ଯନ୍ତ୍ରଣା ର ବୋଝ I ଗୋଟେ ଆଖିରେ ଆବୁ ପରି ମାଂସ ବଢ଼ିବାରେ ଲାଗିଛି I ଦିନକୁ ଦିନ କମିବାର ନା ନେଉନି I ଚିକିତ୍ସା ରେ ଦାଉ ସାଧୁଛି ଗରିବୀ I ଘଟଣା ଟି ବଲାଙ୍ଗୀର ଜିଲା ଅନ୍ତର୍ଗତ ଲୋଇସିଂହା ବ୍ଲକ୍‌ ନିକଟସ୍ଥ କୁଶମେଲ ପଁଚେତ୍‌ ଜାମୁଟିଆ ଗ୍ରାମର I ଏହି ଗ୍ରାମର ଭାଗିରଥୀ ଥପ୍ପା ଙ୍କର ସାନ ପୁଅ ଅଜିତ ଥପ୍ପା I ଜନ୍ମ ସମୟରେ ସମ୍ପୂର୍ଣ ଠିକ ଥିଲେ ଅଜିତ କିନ୍ତୁ 6ମାସ ହେବାସମୟରେ ଆଖିରୁ ପାଣି ଗଡି ଧୀରେ ଧୀରେ ସମସ୍ୟା ସୃଷ୍ଟି କଲା

I ପରେ ଏକ ଛୋଟ ଫୋଟକା ପରି ଆଖିରେ ଦେଖାଗଲା , ଘର ଲୋକେ ହସ୍ପିଟାଲ ନେଇ ଫୋଟକା କୁ ଅପରେସନ କଲେ ଏବଂ ଘରକୁ ନେଇ ଆସିଲେ କିନ୍ତୁ ପୁଣି ଆଖିରେ ଫୋଟକା ହେଲା ଏବଂ ବଢ଼ିବାରେ ଲାଗିଲା I ଅଜିତ ର ବାପା ମା ପୁଅକୁ ଭଲ କରିବାକୁ କଟକ ନେଇଗଲେ ,କିନ୍ତୁ ଡାକ୍ତର କହିଲେ ଭଲ ହେବାକୁ ଲକ୍ଷାଧିକ ଟଙ୍କା ଦରକାର ,ଗରିବୀ ପରିବାର ପାଇଁ ଏତେ ଗୁଡ଼ାଏ ଟଙ୍କା କୋଉଠୁ ଆସିବ ?? ଜିଲ୍ଲାପାଳ ମଧ୍ୟ ସାହାଯ୍ୟ ପାଇଁ 20ହଜାର ଟଙ୍କା ଦେଇଛନ୍ତି କିନ୍ତୁ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଦରକାର ସେଥିପାଇଁ ମା ବାପ ଗୁହାରି କରିଛନ୍ତି ଯଦି କେହି ଆର୍ଥିକ ସାହାଯ୍ୟ କରିବାକୁ ଚାହାଁନ୍ତି ଅଜିତ ଙ୍କ ବାପା ଭାଗିରଥୀ ଥପ୍ପା ଙ୍କ ଆକାଉଣ୍ଟ ନମ୍ବର ୩୩୫୭୪୫୩୭୯୮୯ରେ ସାହାଯ୍ୟ କରିପାରିବେ I(ଏସବିଆଇ – କୁଶଙ୍ଗ ଶାଖା)

Leave a Reply

Your email address will not be published. Required fields are marked *