ଚୌକି ରେ ବସିରହିଲେ ଉପଜିଲ୍ଲାପାଳ , ଛୋଟେଇ କି ବହୁ କଷ୍ଟରେ ଦାବିପତ୍ର ଦେଲେ ଦିବ୍ୟାଙ୍ଗ

ଦିବ୍ୟାଙ୍ଗ ଙ୍କ କଥା ଟିକେ ନିଆରା ,ସାଧାସିଧା ମଣିଷ ଙ୍କ ଭଳି ସେମାନେ ସକ୍ଷମ ହେଇପାରିନଥାନ୍ତି I ଯେଉଁଥିପାଇଁ ସେମାନଙ୍କ ପାଇଁ ସରକାରୀ ଯୋଜନା ମଧ୍ୟ ଅଛି ତେବେ ଏହି ସରକାରୀ ଯୋଜନା ରୁ ଅଧିକ ସୁଫଳ ଯୋଗାଇଦେବାକୁ କିଛି ଦିବ୍ୟାଙ୍ଗ ଏକ ୧୦ଦଫା ଦାବି ପତ୍ର ନେଇ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ ବହୁ ଦୂରରୁ ତିନିଚକିଆ ସାଇକେଲ ରେ ଆସି Iଭତ୍ତା ବୃଦ୍ଧି,ସ୍ବାସ୍ଥ୍ୟବୀମା ,ପ୍ରୋତ୍ସାହନ ରାଶି ବୃଦ୍ଧି ,ମାଗଣା ଶିକ୍ଷା ,ସରକାରୀ ଯୋଜନାରେ ଅଗ୍ରାଧିକାର

ଏହିପରି ଦାବିପତ୍ର ନେଇ ବହୁ ଦୂରରୁ ଦିବ୍ୟାଙ୍ଗ ମାନେ ଆସିଥିଲେ କିନ୍ତୁ ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଉପଜିଲ୍ଲାପାଳ ଙ୍କ କକ୍ଷ କୁ ଯାଇଥିଲେ ସେଠାରେ ଦାବିପତ୍ର ଦେବାରେ ନୟାନ୍ତ ହେଇଗଲେ I ଦିବ୍ୟାଙ୍ଗ ଙ୍କ ହାତ ଟେବଲ ଉପରକୁ ନପାଇବାରୁ ସେମାନେ କଷ୍ଟେମଷ୍ଟେ ଛୋଟେଇ ଦାବିପତ୍ର ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ଉପଜିଲ୍ଲIପାଳ ଙ୍କ ହୃଦୟ ଏତେ ବିଶାଳ ଏବଂ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଏତେ ସନମାନ ସହିତ ମାନବିକତା ବଢିଯାଇଥିଲା ଯେ ମହାଶୟ ନିଜ ଚୌକି ରୁ ଓଲ୍ହାଇବାକୁ ପସନ୍ଦ କରିନଥିଲେ I

ସେହିପରି ଭାବରେ ଚୌକି ରେ ବସିରହିଥିଲେ ଏବଂ ଦିବ୍ୟାଙ୍ଗ ମାନେ ବହୁ କଷ୍ଟରେ ନିଜର ଦାବିପତ୍ର ଦେଇଥିଲେ I ଘଟଣାଟି ବ୍ରହ୍ମପୁରର ଏବଂ ଏବଂ ଉପଜିଲ୍ଲାପାଳ ଙ୍କ ନାମ ଦିଗନ୍ତ ରାଉତରାୟI ଘଟଣା ଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଦିବ୍ୟାଙ୍ଗ ଙ୍କ ପ୍ରତି ଉପ ଜିଲ୍ଲାପାଳ ଙ୍କ ଏପରି ଆଚରଣ କୁ ସବୁମହଲ ରୁ ତୀବ୍ର ନିନ୍ଦା କରାଯାଇଛି I

Leave a Reply

Your email address will not be published. Required fields are marked *