ନେଦରଲାଣ୍ଡରେ ୫-ଜି ପରୀକ୍ଷଣ ହେଉଥିବା ସମୟରେ ହଜାର ହଜାର ସଂଖ୍ୟା ରେ ପକ୍ଷୀ ମୃତ !! 5ଜି ଆଣୁଛି କାଳ

ଦିନକୁ ଦିନ ସମାଜ ପ୍ରଗତି ଆଡକୁ ମୁଂହାଉଛି I ପ୍ରଗତି ପଥରେ ମଧ୍ୟ ପ୍ରମୁଖ ଭୂମିକା ସାଜିଛି ଟେଲିକମ I ପ୍ରଥମେ 2ଜି ଥିଲା ଏବେ 4ଜି ରେ ପହଁଚିଛି ଖୁବ ଶୀଘ୍ର ଭାରତ ରେ 5ଜି ପରୀକ୍ଷଣ କରାଯିବା ନେଇ ମଧ୍ୟ ପ୍ରକ୍ରିୟା ଜାରି ରହିଥିବା ବେଳେ ସାମ୍ନା କୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା I ଏହି 5ଜି ପରୀକ୍ଷଣ ନେଦରଲାଣ୍ଡ ରେ ପରୀକ୍ଷଣ କରାଯାଇଥିଲା ତେବେ ପରୀକ୍ଷଣ ସମୟରେ ସାରା ବିଶ୍ୱକୁ ଚହଲାଇ ଦେଇଥିଲା ଏହାର ପ୍ରଭାବ I ହଠାତ ଆକାଶ ରେ ଉଡୁଥିବା ହଜାର ହଜାର ସଂଖ୍ୟକ ନିରୀହ ପକ୍ଷୀ ଗୁଡିକ ଆକାଶରୁ ତଳକୁ ଖସି ପଡି ଛଟପଟ ହେଇ ମରିଯାଇଥିଲେ

I ଯାହାକି ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟକର ଖେଳାଇ ଦେଇଛି I ଏହାକୁ ନେଇ ମଧ୍ୟା 2019 ଆରମ୍ଭ ରେ ଭାରତ ପକ୍ଷରୁ ପରୀକ୍ଷଣ କରାଯିବାକୁ ନେଇ କରାଯାଉଥିବା ଉଦ୍ୟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଚି I ଯଦି ପ୍ରଥମ ପରୀକ୍ଷଣ ରୁ ନେଦରଲାଣ୍ଡ ରେ ଏତେ ସଂଖ୍ୟକ ପକ୍ଷୀ ମରିଗଲେ ତେବେ ଭାରତ ଉପରେ କେଉଁ ପ୍ରକାର ପ୍ରଭାବ ପକାଇବ ତାହାକୁ ନେଇ ଏବେ ବିଶେଷଜ୍ଞ ମାନେ ଚିନ୍ତିତ I

ପ୍ରାପ୍ତ ସୂଚନା ଅନୁଯାଇ ନେଦରଲାଣ୍ଡ ର ଡଚ ରେଳଷ୍ଟେସନ ନିକଟରେ 5ଜି ପରୀକ୍ଷଣ କରାଯାଇଥିଲା ତେବେ ନିମିଷକ ମଧ୍ୟରେ ଏହାର ନିକଟବର୍ତୀ ଅଞ୍ଚଳ ରେ ଥିବା ହଜାର ହଜାର ସଂଖ୍ୟାରେ ପକ୍ଷୀ ମାନେ 5ଜି ରେଡିଏସନରୁ ନିଜକୁ ସମ୍ଭାଳି ପାରିନଥିଲେ ଅତ୍ୟଧିକ ରକ୍ତସ୍ରାବ ହେଇ ଘଟଣାସ୍ଥଳରେ ବସିଥିବା ସ୍ଥାନରୁ ତଳକୁ ଖସିପଡି ମୃତ୍ୟ ହେଇଥିଲା ଏପରିକି ଉପସ୍ଥିତ ଅନ୍ୟ ପଶୁ ମାନେ ମଧ୍ୟ ବ୍ୟସ୍ତ ବିବ୍ରତ ହେଇ ଚାରିଆଡେ ଧାଁ ଧପଡ଼ କରିଥିଲେ

I 5ଜି ପରୀକ୍ଷଣ ସମୟରେ ପକ୍ଷୀ ଗୁଡିକର ମୃତ୍ୟୁ ହେଇଥିଲେ ମଧ୍ୟ ସଠିକ କାରଣ ପାଇଁ ପକ୍ଷୀ ଗୁଡିକର ମୃତ ଦେହକୁ ପରୀକ୍ଷା କରାଯାଉଛି I

Leave a Reply

Your email address will not be published. Required fields are marked *