ଭଗବାନ ବିଷ୍ଣୁ ଙ୍କୁ କିଏ ଦେଇଥିଲେ ସୁଦର୍ଶନ ଚକ୍ର

ଭଗବାନ ବିଷ୍ଣୁଙ୍କୁ ସମସ୍ତ ମୂର୍ତ୍ତି ଏବଂ ଫଟୋରେ ଚକ୍ର ଧାରଣ କରୁଥିବାର ଦେଖାଯାଏ।ଏହି ସୁଦର୍ଶନ ଚକ୍ର ଭଗବାନ୍ ବିଷ୍ଣୁ ଜଗତର କଲ୍ୟାଣ ପାଇଁ ଭଗବାନ୍ ବିଷ୍ଣୁଙ୍କୁ ଅର୍ପଣ କରିଥିଲେ।ଏହି କଥା ଶିବ ପୁରାଣରେ ଉଲ୍ଲେଖ ରହିଛି।
ଥରେ ଯେତେବେଳେ ଦୈତ୍ୟ ମାନଙ୍କ ଅତ୍ୟାଚାର ବଢ଼ିଗଲା ସେତେବେଳେ ସବୁ ଦେବତା ଶ୍ରିହରୀଙ୍କ ପାଖକୁ ଗଲେ।ତେଣୁ ଭଗବାନ୍ ବିଷ୍ଣୁ କୈଳାଶ ପର୍ବତକୁ ଯାଇ ଆରାଧନା କଲେ ସେ ଶିବଙ୍କ ନାମ ଜପକରି ୧୦୦୦ ଥର ପ୍ରତି ଥରରେ ଏକ ପଦ୍ମ ଫୁଲ ଶିବଙ୍କୁ ଚଢ଼ାଇଲେ।

ସେତେବେଳେ ଭଗବାନ୍ ଶଙ୍କର ବିଷ୍ଣୁଙ୍କୁ ପରୀକ୍ଷା କରିବା ପାଇଁ ସେ ଆଣିଥିବା ୧୦୦୦ ପଦ୍ମ ଫୁଲ ମଧ୍ୟରୁ ଗୋଟିଏ ଲୁଚାଇ ଦେଲେ।ଶିବଙ୍କ ମାୟା ଯୋଗୁ ବିଷ୍ଣୁ ଏହା ଜାଣି ପାରିଲେ ନାହିଁ।ଗୋଟେ ଫୁଲ କମ୍ ଥିବାରୁ ସେ ଖୋଜିବାକୁ ଲାଗିଲେ।

କିନ୍ତୁ ଫୁଲ ମିଳିଲା ନାହିଁ।ସେତେବେଳେ ବିଷ୍ଣୁ ଆଉ କିଛି ଉପାୟ ନ ପାଇ ତାଙ୍କର ଗୋଟେ ଆଖି ତାଡି ଶିବଙ୍କୁ ଅର୍ପଣ କଲେ।ଏହାପରେ ଭଗବାନ୍ ଶିବ ବହୁତ୍ ପ୍ରସନ୍ନ ହେଲେ ଏବଂ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ।ଏବଂ ବର ମାଗିବା ପାଇଁ କହିଲେ।ତେଣୁ ବିଷ୍ଣୁ ଦୈତ୍ୟ ଙ୍କ ସମାପ୍ତ ପାଇଁ ଏକ ଅସ୍ତ୍ର ମାଗିଲେ।ତେଣୁ ପ୍ରଭୁ ଶିବ ସୁଦର୍ଶନ ଚକ୍ରକୁ ବିଷ୍ଣୁଙ୍କୁ ଦେଇ ଦେଲେ।ଏବଂ ବିଷ୍ଣୁ ସୁଦର୍ଶନ ଚକ୍ରରେ ଦୈତ୍ୟ ମାନଙ୍କର ସଂହାର କରିଦେଲେ।

Leave a Reply

Your email address will not be published. Required fields are marked *