ସମସ୍ତଙ୍କୁ ପଛରେ ପକାଇ ସାରା ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି ଭାରତୀୟ ଚାନେଲ ଟି ସିରିଜ୍

ଏକ ନମ୍ବର ନକରେଇଦେବାକୁ ଚାଲିଛି ଷଡଯନ୍ତ୍ର
ୟୁଟ୍ୟୁବ ଜଗତରେ ଏବେ ଚାଲିଛି ଛକIପଞ୍ଜା I ଖୁବ ଶୀଘ୍ର ବିଶ୍ୱର ସବୁଠୁ ବଡ କ୍ରିଏଟର ପିଉଡ଼ିପାଏ କୁ ଅତିକ୍ରମ କରି ବିଶ୍ୱର ଏକ ନମ୍ବର ଚାନେଲ ହେବାକୁ ଯାଉଛି ଭାରତୀୟ ଚାନେଲ ଟି ସିରିଜ I ବିଶ୍ୱର ଏକ ନମ୍ବର ୟୁଟ୍ୟୁବ ଚାନେଲ ଭାବରେ ସ୍ୱେଡେନ ର ପିଉଡ଼ିପାଏ ବହୁ ଦିନ ଧରି ରାଜ କରୁଥିଲେ ପାଖାପାଖି ଛ କୋଟି 70ଲକ୍ଷ ସବସକ୍ରାଇବର ଥିବା ଚାନେଲ କୁ ଅତି ଅଳ୍ପ ବ୍ୟବଧାନ ଅର୍ଥାତ ମାତ୍ର ପନ୍ଦର ହଜାର ବ୍ୟବଧାନ ରେ ଅତିକ୍ରମ କରି ବିଶ୍ୱର ଏକ ନମ୍ବର ଚାନେଲ ଭାବେ ଟି ସିରିଜ ହେବାକୁ ଯାଉଥିବା ବେଳେ ଏହାକୁ ସହ୍ୟ କରିପାରିନଥିଲେ ପିଉଡି ପାଏ ଙ୍କ ସମର୍ଥକ ମାନେ ଟି ସିରିଜ ବିରୋଧ ରେ ଏବଂ ପିଉଡ଼ିପାଏ ସପକ୍ଷରେ ଭାଷଣବାଜି ଆରମ୍ଭ କରିଦେଇଥିଲେ I ଗୋଟେ ଭାରତୀୟ ଚାନେଲ ଏକ ନମ୍ବର ହେବା କୁ ସହଜରେ ଗ୍ରହଣ କରିପାରିନଥିଲେ ବିଦେଶୀ ମାନେ I ନିଜେ ପିଉଡ଼ିପାଏ ମଧ୍ୟ ଏକ ଭିଡିଓ ଜରିଆରେ ଟି ସିରିଜ କୁ ଗାଳି କରିବା ସହିତ ଭାରତୀୟ ମାନଙ୍କୁ ସମାଲୋଚନା କରିଥିଲେ ଯାହାକୁ ତୀବ୍ର ବିରୋଧ କରିଥିଲେ ଭାରତର ପ୍ରମୁଖ ୟୁଟୁବର ମାନେ I ପିଉଡ଼ିପାଏ କୁ ଅନ ସବସକ୍ରାଇବ କରି ଟି ସିରିଜ କୁ ବିଶ୍ୱର ଏକ ନଂବର ଚାନେଲ କରିବାକୁ ଆହ୍ୱାନ ଦେଇଥିଲେ I ଏଥିରେ ଟେକ୍ନିକାଲ ଗୁରୁଜୀ ,ଆଶିଷ ଚାଂଚଲାନି ,କ୍ୟାରୀ ମିନତୀ,ଭୁବନ ବାମ ,ଆଙ୍ଗରି ପ୍ରାଶ ,ସ୍ମାର୍ଟ ସପୋର୍ଟ ,ଟେକ୍ନିକାଲ ସାଗର ଙ୍କ ପରି ପ୍ରମୁଖ ୟୁଟ୍ୟୁବର ମାନେ ପିଉଡ଼ିପାଏ କୁ ଏପରି ଭାରତ ବିପକ୍ଷ ରେ ମନ୍ତବ୍ୟ ପାଇଁ କଡା ସମାଲୋଚନା କରିବା ପରେ ଶେଷରେ ବାଧ୍ୟ ହେଇ ଭାରତୀୟ ଙ୍କ ଅନୁକମ୍ପା ପାଇବା ପାଇଁ ଏକ ଭିଡିଓ କରି 1.36କୋଟି ଟଙ୍କା ଗରିବ ଶିଶୁ ମାନଙ୍କ ପାଇଁ ଦାନ କରିଛନ୍ତି I ତେବେ ବର୍ତମାନ ଟି ସିରିଜ ର ସାତକୋଟି ଚାଳିଶ ଲକ୍ଷ ସବସକ୍ରାଇବର ଥିବାବେଳେ ପିଉଡ଼ିପାଏ ର ସାତକୋଟି ଚଉରାଳିଶ ଲକ୍ଷ ସବସକ୍ରାଇବର ଅଛନ୍ତି I ଖୁବ ଶୀଘ୍ର ବିଶ୍ୱର ଏକ ନମ୍ବର ଚାନେଲ ହେବାରେ ଟି ସିରିଜ କୁ କେହି ବି ରୋକିପାରିବେ ନାହିଁ I ଭାରତୀୟ ଭାବରେ ଏହା ଆମ ପାଇଁ ଗର୍ବର କଥା I

Leave a Reply

Your email address will not be published. Required fields are marked *