ଅପରାଜିତା ଷଡ଼ଙ୍ଗୀ ଙ୍କ ଜୀବନ ବିଷୟରେ କିଛି କଥା

ଆଜି ଆମେ ଜଣେ ଏମିତି ଏକ ମହିଳାଙ୍କ ଜୀବନୀ ଉପରେ ଆଲୋକପାତ କରିବା ଯିଏ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପରେ ଓଡ଼ିଶାରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପୂର୍ବତନ ଆଇଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ।

ତାଙ୍କର ଜନ୍ମ ୧ ସେପ୍ଟେମ୍ବର ୧୯୬୯ ମସିହା ବିହାରର ଭାଗଲପୁର୍ ରେ ହୋଇଥିଲା।ତାଙ୍କ ବାପା ଓ ମାଅା ଉଭୟ ଶିକ୍ଷକ ଅଟନ୍ତି।ସେ ନାଳନ୍ଦା ବିଶ୍ଵବିଦ୍ୟାଳୟ ରୁ ଅର୍ଥନୀତିରେ ସ୍ନାତକ ପାସ କରିଥିଲେ।ସେ ୧୯୯୪ ମସିହାରେ UPSC ର ସିଭିଲ ସର୍ଭିସ ପରୀକ୍ଷା କ୍ୱାଲିଫାଏ କଲା ପରେ IAS ଭାବେ ଯୋଗ ଦେଇଥିଲେ।ସେ ତାଙ୍କ ସହପାଠୀ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ କରିଥିଲେ।

ତାଙ୍କ ସ୍ବାମୀ ମଧ୍ୟ ଜଣେ IAS ଅଟନ୍ତି। ଅପରାଜିତା ଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଟନ୍ତି।ସେ ୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ବିଭାଗରେ କାମ କରିଥିଲେ।

୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଭୁବନେଶ୍ୱର ମୁନିଶିପଲ୍ କର୍ପୋେସନ ର କମିଶନର ଭାବରେ କାମ ତୁଲାଇ ଥିଲେ।ପରବର୍ତ୍ତୀ ୪ ବର୍ଷ ସେ ପଞ୍ଚାୟତ ରାଜ ବିଭାଗର ସେକ୍ରେଟାରୀ,ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗର ସେକ୍ରେଟେରୀ, ଉଚ୍ଚ ଶିକ୍ଷା ବିଭାଗର ସେକ୍ରେଟାରୀ ଏବଂ ହସ୍ତତନ୍ତ୍ର ବୟନ ଓ ହସ୍ତ ଶିଳ୍ପ ବିଭାଗରେ କାମ କରିଛନ୍ତି।୨୦୧୨ ମସିହାରେ ଭାରତ ସ୍କାଉଟ୍ ଏବଂ ଗାଇଡ ବିଭାଗରେ ତାଙ୍କୁ ଶକ୍ତି ସମ୍ମାନ ଅର୍ପିତ କରାଯାଇଥିଲା।୨୦୧୩ ମସିହାରେ ସେ ୫ ବର୍ଷ ପାଇଁ ସେଣ୍ଟ୍ରାଲ ଡେପୁଟେସନ ରେ ଯାଇଥିଲେ।ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟକାରୀ ଶେଷ ହେବା ପରେ ୧୫ ସେପ୍ଟେମ୍ବର ୨୦୧୮ ରେ IAS ru ସ୍ଵେଚ୍ଛାକୃତ ଅବସର ନେଇଥିଲେ।ତାପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *