ବାସଙ୍ଗ ପତ୍ର ର ବ୍ୟବହାର ରେ 7ଟି ଆଶ୍ଚର୍ଯ୍ୟ ଜନକ ଫାଇଦା ,ମୂଳରୁ ମରିଯାଏ ଏହି ସବୁ ରୋଗ

ସାଧାରଣତଃ ଗାଁ ବାଡ଼ି ବଗିଚାରେ ବାସଙ୍ଗ ଗଛ ନିହାତି ଭାବରେ ଆପଣ ଦେଖିଥିବେ I ଏହାକୁ ପ୍ରାୟତ ବଗିଚାର ଅଣ୍ଟ ଭାବରେ ବ୍ୟବହାର କରାଯାଏ I କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହାର ଉପକାରିତା ବିଷୟରେ I ଆଜି ଚାଲନ୍ତୁ ଜାଣିବା ଏହି ଗଛର ଔଷଧୀୟ ଗୁଣ ବିଷୟରେ I ଏହି ଗଛର ପତ୍ର ଦ୍ୱାରା ଜ୍ୱର ,କାଶ ,ସ୍ୱାଶ ,ବାନ୍ତି ,ଅରୁଚି ,କଫ ରୋଗ ନିମିଷକ ମଧ୍ୟରେ ଭଲ ହେଇଯାଇଥାଏ I1) ଯଦି କାଶ ଲାଗିରହୁଥାଏ ତେବେ ବାସଙ୍ଗ ପତ୍ର ର ରସ ସହିତ ମହୁ ମିଶାଇ ଦିନକୁ 2/3 ଥର ଭାବରେ ଦୁଇ ତିନି ଦିନ ସେବନ କରିବା ଦ୍ୱାରା କାଶ ଭଲ ହେଇଥାଏ I

2)ମ୍ୟାଲେରିଆ ରୋଗ ପାଇଁ ଏହି ଗଛର ପତ୍ର କୁ ଚୁର୍ଣ୍ଣ କରି ଖାଇବା ଦ୍ୱାରା ସୁଫଳ ମିଳିଥାଏ I 3)ଶୁଖିଲା ବାସଙ୍ଗ ପତ୍ର କୁ ଧୂଆଁ ଭାବରେ ନେବା ଦ୍ୱାରା ଶ୍ୱାଶ ରୋଗରୁ ଆରାମ ମିଳିଥାଏ I 4)ଯଦି ନାକରୁ ରକ୍ତ ବାହାରୁଥାଏ ତେବେ ବାସଙ୍ଗ ପତ୍ର ରସ ନାକରେ ପକାଇବା ଦ୍ୱାରା ରକ୍ତସ୍ରାବ ବନ୍ଦ ହେଇଥାଏ I 5)ଶରୀର ରେ ଯଦି କାଛୁ କୁଣ୍ଡିଆ ପରି ଚର୍ମ ରୋଗ ହେଇଥାଏ ତେବେ ବାସଙ୍ଗ ପତ୍ର ରସ ସେବନ ଦ୍ୱାରା ସୁଫଳ ମିଳେ I

6) ମୁଁହ ରେ ବ୍ରଣ ବା ବଥ ଆରମ୍ବ ହେଲେ ବାସଙ୍ଗ ପତ୍ର ରସ ଲଗାଇବା ଦ୍ୱାରା ତାହା ସମ୍ପୂର୍ଣ୍ଣ ଭାବରେ ମିଳାଇଯାଇଥାଏ I7) ପରିସ୍ରା ଯଦି ଲାଲ ହେଉଥାଏ ତେବେ ବାସଙ୍ଗ ଫୁଲ କୁ ବାଟି ପାଣିରେ ପିଇବା ଦ୍ୱାରା ଫାଇଦା ମିଳିଥାଏ I

Leave a Reply

Your email address will not be published. Required fields are marked *