ବିଜେପି ରେ ମିଶିବେନି ବୈଜୟନ୍ତ ,ଗଢିବେ ନୂଆ ଦଳ !! ନବୀନ ନନ୍ଦ,ବିଜୟ ଦିଲୀପ ବି ହେଇପାରନ୍ତି ସାମିଲ !!

ଓଡିଶା ଏକ୍ସକ୍ଲୁସିଭ ବ୍ୟୁରୋ ):ରାଜ୍ୟରେ ଏବେ ଶୀତ ର ଲହରୀ ଖେଳୁଥିବା ବେଳେ ରାଜନୀତି ପାଣିପାଗ ପୁରା ଉଷ୍ମ I କିଛିଦିନ ତଳେ ବିଜୁଙ୍କ ଏକାନ୍ତ ଅନୁଗତ ତଥା ବିଜେଡି ରୁ ବହିସ୍କୃତ ଦାମ ରାଉତ ବ୍ରଜ ତ୍ରିପାଠୀ ଙ୍କ ସହିତ ମିଶି ବିଜୁ ସମତା କ୍ରାନ୍ତି ଦଳ ଗଢ଼ିଥିବା ବେଳେ ନିକଟ ଅତୀତ ରେ ବିଜେପି ରେ ବଳିଷ୍ଠ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଯୋଗଦେଇଥିବା ବେଳେ ବିଜେପି ଛାଡିଛନ୍ତି ବିଜୁଙ୍କ ଦୁଇ ପ୍ରମୁଖ ସମର୍ଥକ ଦିଲୀପ ରାୟ ଙ୍କ ସହିତ ବିଜୟ ମହାପାତ୍ର I ଦୁହିଁଙ୍କ ଦଳ ଛାଡିବା ନେଇ ଯେତିକି ଚର୍ଚ୍ଚା ନୁହେଁ ବିଜେଡି ରେ ମିଶିବା ନେଇ ଅଧିକ ଚର୍ଚ୍ଚା ଚାଲିଛି I

ଯଦିଓ ଏନେଇ ଦୁଇଜଣ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ତେବେ ବିଜୟ ୟା ମଧ୍ୟରେ ଏକ ଫେସବୁକ ଲାଇଭ ଆସି ନିଜର ମନକଥା ବଖାଣିଛନ୍ତି I ଖୁବ ଶୀଘ୍ର 2019 ନିର୍ବାଚନ ପାଇଁ ଓଡ଼ିଶାରେ କିଛି ଗୋଟେ ନିର୍ଣ୍ଣାୟକ ପରିସ୍ଥିତି ଆସିବ ବୋଲି କହିବା ସହିତ ତାଙ୍କ ଭାଷାରୁ ଯାହା ଜଣାପଡୁଥିଲା ହୁଏତ ସେ ବିଜେଡି ରେ ମିଶିବାର ସମ୍ଭାବନା ନାହିଁ I ଏକ ନୂଆ ଦଳ ଏବଂ ଯୋଜନାର ମଧ୍ୟ ଆଭାସ ମିଳୁଥିଲା I ତେବେ ୟା ମଧ୍ୟରେ ବୈଜୟନ୍ତ ଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ଯେ ବିଜେପି ରେ ମିଶିବେ ,କିନ୍ତୁ ରାଜନୀତି ର ଗଭୀର ଜଳରେ ଭଲକି ଡୁବ ମାରିଥିବା ବୈଜୟନ୍ତ କୌଣସି ତରବରିଆ ନିଷ୍ପତି ନିଅନ୍ତି ନାହିଁ ଯାହା ତାଙ୍କ ରାଜନୈତିକ କ୍ୟାରିଅର ଦେଖିଲେ ଜଣାପଡେ Iବିଜେଡି ରୁ ଦାମ ରାଉତ ବିଦା ହେବା ପର

ବୈଜୟନ୍ତ ଏବଂ ଦାମ ଙ୍କ ନୂଆ ସମୀକରଣ ଦେଖାଯାଉଥିଲେ ମଧ୍ୟ ,ତରବରିଆ ଭାବେ ନୂଆ ଦଳ ଘୋଷଣା କରିପକାଇଲେ ଦାମ ବାବୁ ଯେଉଁଥିରେ କି ଯୋଗ ଦେଇନଥିଲେ ବୈଜୟନ୍ତ I ବିଜେଡି ଛାଡିବା ପରେ ଓଡ଼ିଶାର ସମସ୍ତ ଅଞ୍ଚଳ ବୁଲି ଏକ ହେଇଯାଉ ପରିବର୍ତନ ର ନାରା ଦେଉଛନ୍ତି ବୈଜୟନ୍ତ ଏବଂ ଚା ଖଟି କରି ସମସ୍ତଙ୍କର ଆଲୋଚନା ,ବିଚାର ବିମର୍ଷ ଗ୍ରହଣ କରୁଛନ୍ତି I ହେଇଯାଉ କୁ ମଧ୍ୟ୍ୟ ପ୍ରବଳ ଜନସମର୍ଥନ ମିଳିବାରେ ଲାଗିଛି I

କିଛି ସୂତ୍ର ରୁ ମିଳିଥିବା ଖବର ଅନୁଯାଇ ବୈଜୟନ୍ତ ଏକ ନୂଆ ଦଳ ଗଢିବାର ପ୍ରାୟତ କାର୍ଯ୍ୟକ୍ରମ ରହିଛି ଯାହାର ନାମ ରହିବ ଓଡିଶା ଜନତା ଦଳ ବା ଓ଼ଜେଡି I ବୈଜୟନ୍ତ ଙ୍କ ଏକାନ୍ତ ଅନୁଗତ ନବୀନ ନନ୍ଦ ଏହି ଦଳରେ ମିଶିବା ପ୍ରାୟତ ସମ୍ଭାବନା ଥିବା ବେଳେ ,ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ବି ମିଶିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି I

ତେବେ ବଡ କଥା ହେଉଛି ବିଜେଡି ର ଟିକେଟ ବଣ୍ଟନ ପରେ ଅନେକ ଅସନ୍ତୁଷ୍ଟ ବାହାରିବେ ଯେଉଁମାନଙ୍କୁ ନେଇ ବିଜେଡି ବିରୁଧରେ ଲଢ଼ିବେ ବୈଜୟନ୍ତ I ଏହା କେବଳ ଚର୍ଚ୍ଚା ଚାଲିଛି ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବୈଜୟନ୍ତ ,ଖୁବ ଶୀଘ୍ର ଏହାର ସତ୍ୟତା ଜଣାପଡିବ I

Leave a Reply

Your email address will not be published. Required fields are marked *