ଚକଲେଟ ହିରୋ ଶାହିଦ୍‌ କପୁରଙ୍କୁ କ୍ୟାନସର୍‌!ଜାଣନ୍ତୁ କଣ କହିଲେ ଶାହିଦ୍‌

ଗତକିଛିଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଛି ଯେ ଚକଲେଟ ହିରୋ ଶାହିଦ୍‌ କପୁରଙ୍କୁ କ୍ୟାନସର୍‌ ହେଇଯାଇଛି ,ଯାହାକୁ କି ସେ ମିଡ଼ିଆ ଆଗରେ ଜଣାଇବାକୁ ଚାଁହୁନାହାନ୍ତି I ତେବେ ଏନେଇ ଜାତୀୟ ସ୍ତରର ସାମ୍ବାଦିକ ମାନେ ଶାହିଦ୍‌ କପୁରଙ୍କୁ ଭେଟି ଏନେଇ ପଚାରିବାରୁ ଖୁବ ଜୋରରେ ହସିଥିଲେ I ଏବଂ ଏପରି ଗୁଜବ କାହିଁକି କରାଯାଉଛି ସେ ଜାଣିନାହାନ୍ତି କିନ୍ତୁ ତାଙ୍କୁ କୌଣସି ରୋଗ ହେଇନାହିଁ ,ସେ ସମ୍ପୂର୍ଣ୍ଣ ସୁସ୍ଥ ଅଟନ୍ତି I ତେବେ ବିନା ସୂଚନା ରେ ଏଭଳି ଭୁଲ ଭୁଲ ଖବର କିଏ ଏବଂ କାହିଁକି ପ୍ରଚାର କଲା ତାହାକୁ ନେଇ ପ୍ରଶ୍ନ ଉଠିଛି I ସୂଚନା ଥାଉ କି କିଛିଦିନ ତଳେ ଲୋକପ୍ରିୟ ଅଭିନେତା ଇରଫାନ ଖାନ୍‌ ଏବଂ ଏବେ ଏବେ ସୁସ୍ଥ ହେଇ ଭାରତ ଫେରିଥିବା ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଙ୍କୁ ମଧ୍ୟ ଏହି କ୍ୟାନ୍ସର ହେଇଥିଲା I

Leave a Reply

Your email address will not be published. Required fields are marked *