ବିବାହ ପୁର୍ବରୁ “ବର କନ୍ୟା”ଙ୍କୁ କାହିଁକି ହଳଦୀ ଲଗାଇବାର ପରମ୍ପରା ରହିଥାଏ??

ବିବାହ ପୂର୍ବରୁ ବର ଏବଂ କନ୍ୟାଙ୍କର ହଳଦୀ ଗାଧୁଆ ହେଇଥାଏ ,ମନରେ ପ୍ରଶ୍ନ ଉଠେ କି ବିବାହ ରେ ହଳଦୀ ସ୍ନାନ କାହିଁକି କରାଯାଇଥାଏ I ସାଧାରଣତଃ ହଳଦୀ କୁ ଶୁଭ ମନାଯାଇଥାଏ ,ବିଶ୍ୱାସ ରହିଛି କି ବିବାହ ପରି ଏକ ପବିତ୍ର ସମ୍ପର୍କ ଯୋଡି ହେବା ପୂର୍ବରୁ ସମସ୍ତ ନକାରାତ୍ମକ ଶକ୍ତି କୁ ଦୂର କରିବାକୁ ହଳଦୀ ସ୍ନାନ କରାଯାଇଥାଏ I ତେବେ ବୈଜ୍ଞାନିକ ମତାନୁଯାଇ ବିବାହ ଉତ୍ସଵ ରେ ଉଭୟ ବର ଏବଂ କନ୍ୟା ଘରେ ପ୍ରିୟ ପରିଜନ ଙ୍କ ସମେତ ସାଇ ପଡିଶା ଭିଡ ଲଗାଇଥାନ୍ତି ଯାହାର ପ୍ରଭାବ ବର କନ୍ୟା ଙ୍କ ଉପରେ ପଡିଥାଏ

ଏବଂ ବିଭିର୍ଣ୍ଣ ଇନଫେକ୍ସନ ହେଇ ତ୍ୱଚା ଜନିତ ସମସ୍ୟା ହେଇପାରେ ସେଥିପାଇଁ ଉଭୟ ବର ଏବଂ କନ୍ୟାଙ୍କୁ ହଳଦୀ ରେ ସ୍ନାନ କରାଯାଇଥାଏ I କାହିଁକିନା ହଳଦୀ ରେ ଏପରି ଔଷଧୀୟ ଗୁଣ ଭରି ରହିଛି ଯାହାକି ତ୍ୱଚାରୁ ଇନଫେକ୍ସନ ହେବାରୁ ବଞ୍ଚାଇଥାଏ I

Leave a Reply

Your email address will not be published. Required fields are marked *