ସିଗାରେଟ ଟାଣିବା କୁ ପଇସା ନଦେବା ଏବଂ 14ବର୍ଷୀୟା ପ୍ରେମିକା ବିରୁଦ୍ଧରେ କହିବାରୁ ମାଆକୁ ଝାଡୁ ରେ ନିସ୍ତୁକ ପିଟିଲା ପୁଅ

ମା ପୁଅର ସମ୍ପର୍କ ସବୁଠାରୁ ଉର୍ଦ୍ଧରେ I ପୁଅ ପାଇଁ ଜୀବନ ଦେବାକୁ ବି ମା ପଛାଇନଥାଏ I କିନ୍ତୁ ଅନେକ ଜାଗାରେ ଦେଖିବାକୁ ମିଳିଛି କି କୁଳାଙ୍ଗାର ପୁଅ ମା କୁ ହତାଦର କରିଥାଏ I ଏମିତି ଏକ ଘଟଣା ଏବେ ବାଙ୍ଗାଲୋର ର ଭାଇରଲ ହେବାରେ ଲାଗିଛି I ପ୍ରାପ୍ତ ସୂଚନା ଅନୁଯାଇ 19ବର୍ଷୀୟ ଜୀବନ ସିଗାରେଟ ଟାଣିବା ସହିତ ଛୋଟ ଏକ ଝିଅକୁ ଭଲ ପାଉଥିଲା I ଏହାକୁ ନେଇ ଜୀବନ ର ମା ତାକୁ ପାଟି କରିବା ସହିତ ପଡିଶା ଲୋକଙ୍କ ସାମ୍ନା ରେ ଏନେଇ କହିଥିଲେ I ଏକଥାରେ ପୁଅର ରାଗ ପଞ୍ଚମ କୁ ଉଠିଯାଇଥିଲା ଘରକୁ ଆସି ଏକ ଝାଡ଼ୁରେ ମା କୁ ନିର୍ଘାତ ପିଟିଥିଲା ଏବଂ କାହିଁକି ପଡିଶା ରେ କହିଲୁ ବୋଲି ଗାଳି କରିଥିଲା ଏଖବର ସବୁ ଜୀବନର ଭଉଣୀ ରେକର୍ଡ କରି ସୋସିଆଲ ମିଡିଆରେ ଛାଡିଦେବାରୁ ଭିଡିଓ ଟି ଭାଇରଲ ହେଇଯାଇଥିଲା I

ଏନେଇ ପୋଲିସ ତରଫରୁ ଜୀବନ ବିରୋଧରେ ଲିଖିତ ଅଭିଯୋଗ କରାଯାଇଛି I ମହିଳା କମିଶନର ମଧ୍ୟ ଘଟଣା କୁ ଗୁରୁତର ଭାବରେ ନେଇ ତଦନ୍ତ ଚଳାଇଛନ୍ତି ଏବଂ ଅଭିଯୁକ୍ତ ଜୀବନ କୁ ଉଚିତ ଶାସ୍ତି ଦିଆଯିବ ବୋଲି ମିଡ଼ିଆକୁ ପ୍ରତିଶୃତି ଦେଇଛନ୍ତି I

Leave a Reply

Your email address will not be published. Required fields are marked *