ଆରମ୍ଭ ହେଇସାରିଛି ଭୋଟ ଗଣତି ,ବିଜେପି କଂଗ୍ରେସ ମଧ୍ୟରେ କଡା ମୁକାବିଲା

ପାଞ୍ଚଟି ରାଜ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ,ତେଲେଙ୍ଗନା, ଛତିଶଗଡ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ସରିଥିବା ବେଳେ ଏକଜିଟ ପୋଲ ଅନୁଯାଇ କଂଗ୍ରେସ କଡା ମୁକାବିଲା ସହିତ ପୁଣି ଥରେ ତିନୋଟି ରାଜ୍ୟରେ ସାଶନ କରିବାର ନେଇ ରିପୋର୍ଟ ବାହାରିଥିଲା I ତେବେ ଆଜି ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି ଯାହାକି ସନ୍ଧ୍ୟା ମଧ୍ୟରେ ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିବ I ସୂଚନା ଥାଉ କି ମୋଟ ୬୭୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଏହି ୫ଟି ରାଜ୍ୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହେଇଥିଲା I ତେବେ ଏହାର ପ୍ରଭାବ ଆଗାମୀ ନିର୍ବାଚନ ଉପରେ ସିଧାସଳଖ ପଡ଼ିବାର ସମ୍ଭାବନା ଥିବାରୁ ସମସ୍ତ ଦେଶ ଏହାକୁ ଅତି ଉତ୍କଣ୍ଠା ର ସହିତ ଅପେକ୍ଷା କରିଛି I

Leave a Reply

Your email address will not be published. Required fields are marked *