ଏଥର ୨୦୧୯ରେ ରାହୁଲ ତ୍ରିରଙ୍ଗା ଉଡାଇବେ ଲାଲକିଲ୍ଲାରେ:ସିଦ୍ଧୁ ସିଂ

ଭୋଟ ଗଣତି ପ୍ରକ୍ରିୟା ଜାରିରହିଥିବା ବେଳେ ଛତିଶଗଡ଼ ,ରାଜସ୍ତାନ ,ମଧ୍ୟପ୍ରଦେଶ ରେ କଂଗ୍ରେସ ସମର୍ଥନ ରେ ବହୁମତ ଆସିଥିବାରୁ ବିଭିର୍ଣ୍ଣ ସ୍ଥାନରେ ବିଜୟ ଉତ୍ସବ ପାଳନ ହେବାରେ ଲାଗିଛି I ଅନେକ ରାଜନେତା ମଧ୍ୟ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ତେବେ ଏଥିରେ ସାମିଲ ହେଇଯାଇଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକଟର ତଥା ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ I ଏନେଇ ସିଦ୍ଧୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଖୁବ ଶୀଘ୍ର ଦେଶରେ କଂଗ୍ରେସ ହାୱା ବହିବାକୁ ଯାଉଛି I ଲୋକଙ୍କ ସମର୍ଥନ ଏବେ କଂଗ୍ରେସ ମୁଁହା ହେବାରେ ଲାଗିଛି I ଆଗାମୀ ନିର୍ବାଚନ ୨୦୧୯ରେ ଏଥର ରାହୁଲ ଗାନ୍ଧୀ ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉଡାଇବେ I

Leave a Reply

Your email address will not be published. Required fields are marked *