ଓଡ଼ିଆ ପୁଅ ଶଶୀକାନ୍ତ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର

ନିକଟରେ ଆରବିଆଇର ଗଭର୍ଣ୍ଣର ପଟେଲ ଇସ୍ତଫା ଦେବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଜି ସମସ୍ତ ଚର୍ଚ୍ଚା ର ଅବସାନ ଘଟାଇ ଶକ୍ତିକାନ୍ତ ଦାସ ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି I ଏହା ପୂର୍ବରୁ ସେ କେନ୍ଦ୍ର ଅର୍ଥମନ୍ତ୍ରାଳୟର ସଚିବ ଭାବେ ନିଜର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିଥିଲେ I ତେବେ ସୂଚନା ଥାଉ କି ଶଶୀକାନ୍ତ ଦାସ ହେଉଛନ୍ତି ଜଣେ ଓଡ଼ିଆ I

କେବଳ ଏତିକି ନୁହେଁ ଦେଶର ପ୍ରଥମ ଓଡ଼ିଆ ଭାବରେ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହେଇ ଓଡିଶା ପାଇଁ ସୁନାମ ଅର୍ଜନ କରିଛନ୍ତି I
26 ଫେବୃଆରୀ 1955 ମସିହାରେ ଓଡିଶାରେ ଜନ୍ମ ଗ୍ରହଣ କରିଥିବା ଶକ୍ତିକାନ୍ତ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହେଇଥିବାରୁ ସାରା ଓଡ଼ିଶାରେ ଏବେ ଖୁଶିର ମାହୋଲ ଖେଳିଯାଇଛି I

Leave a Reply

Your email address will not be published. Required fields are marked *