ମାଆ ସମଲେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ। ଚୌହାନ ରାଜା ଶ୍ରୀ ବଳରାମ ଦେବା ସମ୍ଭବତଃ ୧୫ ଶହ ୪୦ ଖ୍ରୀଷ୍ଟାବ୍ଦ ରେ ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କରିଥିଲେ। ମହାରାଜା ବଳରାମ ଦେବ ରାଜ୍ୟ ର ରାଜଧାନୀ ପ୍ରତିଷ୍ଠା ପାଇଁ ରାଜ୍ୟ ର ମହାନଦୀ ର ଆରପର୍ଶ୍ଵ ଗ୍ରାମ ଚର୍ତ୍ତପୁର ରେ ଶିବିର ପକାଇବା ବେଳେ ଶିକାରୀ କୁକୁରଙ୍କୁ ଠେକୁଆମାନେ ଗୋଦଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ରାତ୍ରି ରେ ପ୍ରତ୍ୟକ୍ଷ ଦେବୀ ସମ୍ବଲେଶ୍ୱରି ତାଙ୍କ ସମ୍ମୁଖରେ ଉଭା ହୋଇଥିଲେ। ଏବଂ ନଦୀ ର ଆରପର୍ଶ୍ୱ ରେ ଶିମୁଳି ଗଛ ନିକଟରେ ତାଙ୍କୁ ପ୍ରତିଷ୍ଠା କରିବା ପାଇ ନିର୍ଦ୍ଦେଶ ଦେଇଥିବା କିମ୍ବଦନ୍ତୀ ରୁ ଜଣାଯାଏ। ଶିମୁଳି ଗଛ କୁ ସମ୍ବଲପୁର ରେ ସିମିଲ୍ଲି କୁହାଯାଏ। ସୀମିଲି ଗଛ ମୂଳେ ତାଙ୍କ ଅବସ୍ଥାନ ଯୋଗୁ ସେ ସମଲେଶ୍ଵରୀ ନାମରେ ଅଭିହିତ ହୋଇଥିଲେ। କାଳକ୍ରମେ ସମସ୍ତ ରାଜାମାନେ ସମଲେଶ୍ଵରୀ ଙ୍କୁ ନିଜ ଇଷ୍ଟଦେବୀ ରୂପେ ଗ୍ରହଣ କରିନେଇଥିଲେ।
ତାଙ୍କ ନାମ ଅନୁସାରେ ସମ୍ବଲପୁର ସହର ନାମିତ।
ତ୍ରୋତୋୟ ଯୁଗରେ ରାମଚନ୍ଦ୍ରଙ୍କ ପରେ ରାଜଗାଦି ରେ ବସିଲେ ଲବ ଓ କୁଷ। ଅଯୋଧ୍ୟା ସେତବଳେ ଉତ୍ତର କୋଶଳ ଓ ଦକ୍ଷିଣ କୋଶଳ ନାମରେ ନାମିତ ଥିଲା। ଦକ୍ଷିଣ ରାଜ୍ୟ ର ରାଜା ଥିଲେ କୁଶ। ତାଙ୍କ ସମୟରେ ଦାକ୍ଷିଣାତ୍ୟରେ ଗୋଟେ ରାକ୍ଷସ ବାରମ୍ବାର ଆକ୍ରମଣ କରୁଥିଲେ। ଏଥିରେ ଏଥିରୁ ତାଙ୍କୁ ରକ୍ଷା କରିବା ପାଇଁ ହନୁମାନ ରକ୍ଷାକବଚ ରୂପେ ମାଆ ଲଙ୍କେଶ୍ଵରୀ ଙ୍କୁ ଆଣି ଚିତ୍ରୋପତ୍ତୋଳ ଓ ତେଲ ନଦୀ ର ସଙ୍ଗମ ସ୍ଥଳ ରେ ଥିବା ସନପୁର ରେ ସ୍ଥାପନ କଲେ। ପରେ ଥରେ ବନ୍ୟା ପ୍ଲାବିତ ହେବାରୁ ମାଆ ଶିମୁଳି ବୃକ୍ଷ ମୂଳେ ପୂଜା ପାଇଲେ।
ପରବର୍ତ୍ତୀ ସମୟ ରେ ରାଜା ବଳରମଦେବ ଦେବୀଙ୍କ ବିଗ୍ରହ ଉଦ୍ଧାର କରି ବର୍ତ୍ତମାନ ପୀଠ ରେ ସ୍ଥାପନ କଲେ। ପ୍ରତିଦିନ ଦେବୀଙ୍କ ଚାରି ଥର ପୂଜା କରାଯାଏ। ସଖଳ ସ୍ନାନ ପରେ ଉଖୁଡା ଅର୍ପଣ ହୁଏ। ମଧ୍ୟାହ୍ନ ଭୋଗ ରେ ଅନ୍ନ, ଡାଲମା ଓ ପରିବା ତରକାରୀ, ସନ୍ଧ୍ୟା ଆଳତି ରେ ଉଖୁଡା ଓ ପେଡା ଭୋଗ ହୁଏ। ରାତ୍ରି ରେ ପୁଣି ଅର୍ପଣ ହୁଏ ଅନ୍ନ ଭୋଗ।
ମହାଳୟା ଦିନ ମା ସତୀ ବେଶ ରେ ସଜ୍ଜିତ ହୋଇଥାନ୍ତି। ସେହିଦିନ ରାତ୍ରୀରେ ମାତାଙ୍କୁ ଗଙ୍ଗା ଜଳ ରେ ସ୍ନାନ କରାଇ ଧବଳ ବେଶ କରାଯାଇଥାଏ।
2 ଦିନ ମା ଙ୍କୁ ଏହି ବେଶରେ ରଖାଯାଇଥାଏ। ମହାଳୟା ଦିନ ଦେବୀଙ୍କୁ ଏହି ବେଶ ରେ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି କୁହାଯାଏ।