ରମଣ ସିଂ ଓଡିଶାକୁ ମହାନଦୀ ପାଣି ଅଟକାଇଥିଲେ ସେଥିପାଇଁ ହାରିଲେ :ସୁର

ଆଜି ସକାଳୁ ପାଞ୍ଚଟି ରାଜ୍ୟର ଭୋଟ ଗଣତି ଜାରିରହିଥିବା ବେଳେ ବର୍ତମାନ ସୁଦ୍ଧା ବିଜେପି ର ଗଡ ଛତିଶଗଡ଼ ରେ କଂଗ୍ରେସ ଧସେଇ ପଶିଥିବା ବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ରେ ମଧ୍ୟ କଂଗ୍ରେସ ସପକ୍ଷରେ ବହୁମତ ଯାଇଛି I ମୋଟାମୋଟି କହିବାକୁ ଗଲେ ତିନୋଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ପ୍ରାୟତଃ ନିର୍ଚ୍ଚିତ I ତେବେ କଂଗ୍ରେସ ର ଏପରି ବିଜୟ କୁ ନେଇ ଓଡ଼ିଶାରେ ଖୁବ ଖୁଶିର ମାହୋଲ I କଂଗ୍ରେସ ଅଫିସ ସାମ୍ନାରେ ନେତାମାନେ ବାଣ ଫୁଟାଇ ଜୋରଦାର ଉତ୍ସବମନାଇବାରେ ଲାଗିଛନ୍ତି I ଏନେଇ ଅଧିକ ଉତ୍ସାହିତ ଅଛନ୍ତି ସୁର ରାଉତରାୟ I ଏବଂ କହିଛନ୍ତି ଯେ କର୍ମୀ ମାନେ ଫୁଲ ଛିଣ୍ଡେଇଲେ ହାତ ଧରିଲେ I

କଂଗ୍ରେସ ଲହରୀ ରେ ଏବେ ନବୀନ ବୁଡ଼ିବେ,ମୋଦି ପହଁରିବେ ଏହା ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ କଟାକ୍ଷ କରି କହିଛନ୍ତି କି ରମଣ ସିଂ ଓଡିଶାକୁ ମହାନଦୀ ପାଣି ଅଟକାଇଥିଲେ ସେଥିପାଇଁ ହାରିଲେ I ତାଙ୍କ କଲା କର୍ମ ର ସେ ଫଳ ଭୋଗିଲେ I

Leave a Reply

Your email address will not be published. Required fields are marked *