କାହିଁକି ରାଜସ୍ତାନ ରେ ହାରିଗଲେ ବସୁନ୍ଧରା ଙ୍କ ନେତୃତ୍ୱ ଏବଂ ବିଜେପି ଜାଣନ୍ତୁ କାରଣ

ନିକଟରେ 5ଟି ରାଜ୍ୟ ମଧ୍ୟରୁ 3ଟିରେ ବିଜେପି କୁ କଡା ଟକ୍କର ଦେଇ ଅଧିକ ସମର୍ଥନ ହାତେଇଛି କଂଗ୍ରେସ I ତେବେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କାହିଁକି ବିଜେପି ହାରିଲା ତାହାକୁ ନେଇ ମଧ୍ୟ ଦଳର ମୁଖିଆ ମାନେ ବିଶ୍ଳେଷଣ କରି ବାରେ ଲାଗିପଡିଛନ୍ତି I
ରାଜସ୍ଥାନ :ରାଜସ୍ଥାନ ରେ ବିଜେପି ର ବସୁନ୍ଧରା ସିନ୍ଧେ ଙ୍କ ମୁଖ୍ୟମନ୍ତ୍ରୀ ସାଶନ ଚାଲୁଥିଲେ ମଧ୍ୟ କଂଗ୍ରେସ ନିଜର ପତିଆରା ଜାହିର କରିଛି ଏବଂ ନିର୍ବାଚନ ରେ ଅଧିକ ସମର୍ଥନ ପାଇଛି I ଏହାର ପ୍ରଥମ କାରଣ ହେଉଛି ଚାଷୀ ଆତ୍ମହତ୍ୟା I

ରସୁଣ ଚାଷ : ରଶୁଣ ଚାଷରେ ରେ ରାଜସ୍ତାନ ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ଅମଳ କରିଥିଲେ ଚାଷୀ ମାନେ ଯାହା ଫଳରେ ରସୁଣ ର ବଜାର ଦର କମିଯାଇଥିଲା ଏବଂ ଚାଷୀମାନେ ଉପକୃତ ହେଇପାରିନଥିଲେ କି ବ୍ୟାଙ୍କ ଋଣ ସୁଝିପାରିନଥିଲେ I ଅଧିକାଂଶ ଚାଷୀ କୃଷି ଋଣ ପାଇଁ ଆତ୍ମହତ୍ୟା କରିଥିଲେ I

ଦ୍ୱିତୀୟ କାରଣ :ବସୁନ୍ଧରା 15ଲକ୍ଷ ବେରୋଜଗାରୀଙ୍କୁ ଚାକିରୀ ଦେବା ପାଇଁ ଦାବି କରି ସରକାର କୁ ଆସିଥିଲେ କିନ୍ତୁ ଏଥିରେ ସେ ବିଫଳ ହେଇଥିଲେ I ତୃତୀୟ କାରଣ :କୁହାଯାଏ ମୁଖ୍ୟମନ୍ତ୍ରୀ ବସୁନ୍ଧରା ଏବଂ ବିଜେପି ଦଳୀୟ ସଭାପତି ଅମିତ ଶାହା ଙ୍କ ମଧ୍ୟରେ ପ୍ରାଥୀ ଚୟନ କୁ ନେଇ ଅନ୍ତ କନ୍ଦଳ ଲାଗିରହିଥିଲା I

Leave a Reply

Your email address will not be published. Required fields are marked *