ଶୀତ ରୁ ରକ୍ଷା ପାଇଁ କାଳିଆ ପିନ୍ଧିଲା ଶୀତ ବସ୍ତ୍ର

ଚାରି କୋଟି ଓଡ଼ିଆଙ୍କର ସେ ଅରାଧ୍ୟଦେବତା I ଖାଲି ଓଡ଼ିଆ ନୁଁହ ,ସାରା ବିଶ୍ୱର ସେ ନାଥ ସେଥିପାଇଁ ତ ସେ ଜଗନ୍ନାଥ I ଭକ୍ତ ଙ୍କ ଭାବରେ ବନ୍ଧା ସେ କାଳିଆ Iବିଶ୍ୱାସ ରହିଛି ସେ ହେଉଛି କଳିଯୁଗର ଲୋକଙ୍କ ଠାକୁର I ସେ ମଧ୍ୟ ମାନବୀୟ କାର୍ଯ୍ୟ କରିଥାଏ I ସକାଳୁ ଉଠିଥାଏ ରାତିରେ ପହଡ଼ ପଡିଥାଏ ପୁଣି ରଥଯାତ୍ରା ରେ ଭକ୍ତ ଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସିଥାଏ ,108ଗରା ପାଣିରେ ସ୍ନାନ କରେ ,ଜରରେ ବି ପଡିଥାଏ ମୋଦକ ଔଷଧ ଖାଇ ଭଲ ବି ହୁଏ I ନବକଳେବର ରେ ପୁରୁଣା ଶରୀର ତ୍ୟାଗ କରି ନୂଆ ଶରୀର ଧାରଣ କରେ I

ତା ଲୀଳା ବିଷୟରେ କିଏ ବା ଅଧିକ ଲେଖିପାରିବ I ଏବେ ଚାରିଆଡେ ଶୀତର ଲହରୀ ,ଶୀତ ର ପ୍ରବଳ ଥଣ୍ଡାରେ ଓଡିଶା ଥରୁଥିବା ବେଳେ ଜଗା ବି କେମିତି ବାଦ ପଡିଥାନ୍ତା ଯେ !! ଜଗାକୁ ଶୀତରୁ ରକ୍ଷା ପାଇଁ ଆଜି ଘୋଡ଼ ଲାଗି ଉତ୍ସବ ହେଇଛି Iକଣ ଏହି ଘୋଡ଼ ଲାଗି ଉତ୍ସବ ??
ପ୍ରବଳ ଶୀତ ପ୍ରକୋପ ରୁ ଚତୁର୍ଦ୍ଧା ମୂର୍ତି ଙ୍କୁ ରକ୍ଷା ପାଇଁ ଏହି ଉତ୍ସବ ପାଳନ କରାଯାଇଥାଏ I

ବର୍ଷର ମାର୍ଗଶୀର ମାସରେ ଶୁକ୍ଲ ପକ୍ଷ ଷଷ୍ଠୀରୁ ଆରମ୍ଭ ହେଇ ଏହା ମାଘ ମାସ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ଯାଏଁ ପାଳିତ ହେଇଥାଏ I ଏଥିପାଇଁ ଚତୁର୍ଦ୍ଧା ମୂର୍ତି ଙ୍କ ପାଇଁ ସ୍ୱତନ୍ତ୍ର ଶୀତ ସହ୍ୟ କରିପାରୁଥିବା ବସ୍ତ୍ର ତିଆରି କରାଯାଇଥାଏ I ଯାହାକୁ ମଧ୍ୟ ଘୋଡ଼ ବସ୍ତ୍ର କୁହାଯାଏ I

Leave a Reply

Your email address will not be published. Required fields are marked *