କଣ ଆପଣଙ୍କ ସ୍ମାର୍ଟ ଫୋନ ରୁ ଚାର୍ଜ ଜଲ୍ଦି ସରିଯାଉଛି କି ?? ଏହି 5ଟି ସେଟିଙ୍ଗ କରିନିଅନ୍ତୁ ଜଲ୍ଦି ସରିବନି ଚାର୍ଜ

ଆଜିକାଲି ଯୁଗରେ ସ୍ମାର୍ଟ ଫୋନ ପ୍ରାୟତ ସମସ୍ତଙ୍କର ଏକ ନିତ୍ୟ ନୈମିତ୍ତିକ ଦ୍ରବ୍ୟ ହେଇଗଲାଣି I ବିନା ସ୍ମାର୍ଟ ଫୋନ ରେ ଗୋଟେ ମୁହୂର୍ତ ମଧ୍ୟ ବଞ୍ଚିବା ଭାରି କଷ୍ଟକର ହେଇଗଲାଣି I ତେବେ ସବୁଠୁ ବଡ ହଇରାଣ ର କଥା ହେଉଛି ଏହିକି ଯେ ସ୍ମାର୍ଟ ଫୋନ ର ଚାର୍ଜ ଜଲ୍ଦି ସରିଯାଇଥାଏ ଯାହାଫଳରେ ଫୋନ ବ୍ୟବହାର କରୁଥିବା ଲୋକ ପାଇଁ ବହୁ ସମସ୍ୟା ଆସିଥାଏ ଏପରିକି ଚାର୍ଜ ପାଇଁ ହାତରେ ପାୱାର ବ୍ୟାଙ୍କ ମଧ୍ୟ ଧରି ଆଜିର ଯୁବ ଗୋଷ୍ଠୀ ବୁଲୁଥିବାର ଆପଣ ଦେଖିବାକୁ ପାଇବେ I ତେବେ କଣ ଆପଣ ଜାଣିଛନ୍ତି କି କାହିଁକି ସ୍ମାର୍ଟ ଫୋନ ରୁ ଜଲ୍ଦି ଚାର୍ଜ ସରେ ??

ତେବେ ଚାଲନ୍ତୁ ଜାଣିବା କିଛି ଉପାୟ ଯାହାଦ୍ୱାରା ଜଲ୍ଦି ଚାର୍ଜ ସରିବନି I 1)ଫୋନ ରୁ ଚାର୍ଜ ସରିବା ପରେ ହିଁ ଚାର୍ଜ କରନ୍ତୁ ,ଚାର୍ଜ ବସିଥିବା ସମୟରେ ବାରମ୍ବାର ଚାର୍ଜର ରୁ କାଢନ୍ତୁ ନାହିଁ I ଏହା ଦ୍ୱାରା ଫୋନ ଉପରେ ଖରାପ ପ୍ରଭାବ ପକାଇଥାଏ I ରାତ୍ରିସାରା ଫୋନ କୁ ଚାର୍ଜ ରେ ବସେଇ ରଖନ୍ତୁ ନାହିଁ ଫୁଲ ଚାର୍ଜ ହେଇଗଲେ ସକେଟରୁ ଚାର୍ଜର କାଢିଦିଅନ୍ତୁ

2) ଫୋନ ରେ ଲୋକେସନ ବା ଜିପିଏସ /ଅଫ ରଖନ୍ତୁ କାହିଁକିନା ଏହା ଦ୍ୱାରା ଅନ୍ୟ ସଫ୍ଟୱାର ଲୋକେସନ ବ୍ୟବହାର ପାଇଁ ନେଟୱାର୍କ ସର୍ଚ୍ଚ କରିଥାନ୍ତି ଯାହାଫଳରେ ଜଲ୍ଦି ଚାର୍ଜ ସରିଥାଏ 3) ଫୋନ ରେ ସବୁବେଳେ କଳା ୱାଲ ପେପର ବ୍ୟବହାର କରିବା ଦ୍ୱାରା ଚାର୍ଜ ଜଲ୍ଦି ସରିନଥାଏ

4)ଫୋନ କୁ ସବୁବେଳେ ଅପଡେଟ ରଖନ୍ତୁ ଏହା ଦ୍ୱାରା ଚାର୍ଜ ଅଧିକ ସରିନଥାଏ I 5)ଫୋନ ର ବ୍ରାଇଟନେସ ବା ଉଜ୍ୱଳତା କୁ କମାଇ ଦିଅନ୍ତୁ ,ଏହା ଅଧିକ ରଖିବା ଦ୍ୱାରା ଚାର୍ଜ ଜଲ୍ଦି ସରିଥାଏ I

Leave a Reply

Your email address will not be published. Required fields are marked *