ମୃତ୍ୟୁ ମୁଁହରୁ ଭିଡି ଆଣିଲା ନିଜ ସାଙ୍ଗକୁ ଚତୁର୍ଥ ଶ୍ରେଣୀର ଛାତ୍ରୀ ,ରକ୍ତ ଜୁଡୁବୁଡୁ ଶରୀର କୁ କାନ୍ଧେଇ ପହଁଚିଲା ଗାଁ ରେ

କୁହାଯାଏ ସାହସ ଶରୀର ରେ ନଥାଏ ମନରେ ଥାଏ I ଗୋଟେ 11 ବର୍ଷର ଝିଅ ସାମ୍ନାରେ ଯଦି ଦୁର୍ଘଟଣା ଘଟେ ସେ କଣ କରିବ ?? ନିହାତି ଭାବରେ ଭୟରେ କାନ୍ଦି ଦୌଡିବ I କିନ୍ତୁ ନା ନିଜର ଅଦମ୍ୟ ସାହସ ଦେଖାଇ ମୃତ୍ୟୁ ମୁଖରୁ ଭିଡି ଆଣିଛି ନିଜ ସାଙ୍ଗକୁ ଚତୁର୍ଥ ଶ୍ରେଣୀର ଜଣେ ଝିଅ I ଘଟଣାଟି ତାଳଚେର ଡେରା ମୁଣ୍ତା ବସ୍ତିର I ମିଳିଥିବା ସୂଚନା ଅନୁଯାଇ ଗତ 6 ତାରିଖ ଦିନ ସ୍କୁଲ ଛୁଟି ପରେ ସାଙ୍ଗ ହେଇ ଘରକୁ ଫେରୁଥିଲେ ଶ୍ରୀମତୀ ଏବଂ ପ୍ରମିଳା I ବାଟରେ ଟ୍ରେନ ଲାଇନ ରେ ଟ୍ରେନ ଅଟକିଥିଲା ଛୁଆ ମନ ତେଣୁ ଅପେକ୍ଷା ନକରି ଟ୍ରେନ ତଳେ ଗଳି ଆରପାରିକି ଚାଲିଯିବାକୁ ଚେଷ୍ଟା କରୁଥିଲେ I

ଶ୍ରୀମତୀ ପାର ହେଇଯାଇଥିଲା କିନ୍ତୁ ଟ୍ରେନ ଟି ଚାଲିବାକୁ ଲାଗିଲାରୁ ଆଉ ଯାଇପାରିଲାନି ପ୍ରମିଳା I ଆଖି ସାମ୍ନା ରେ ମୃତ୍ୟୁକୁ ଦେଖି ଜୋରରେ ଚିଲାଉଥିବା ବେଳେ ଶ୍ରୀମତୀ ଡ଼ରିନଥିଲା ମରଣ ମୁଁହରୁ ନିଜ ସାଙ୍ଗକୁ ବଞ୍ଚାଇବାକୁ ଜୀବନକୁ ପାଣି ଛଡାଇ ଟ୍ରେନ ତଳୁ ଭିଡି ଆଣିଥିଲା ନିଜ ସାଙ୍ଗକୁ I

ଗୋଡ କଟିଯାଇଥିଲା କିନ୍ତୁ ଜୀବନ ରହିଯାଇଥିଲା I ସେତିକି ରେ ସରିନଥିଲା ଶ୍ରୀମତୀ ର ସାହସ I ସାଙ୍ଗ ର ରକ୍ତ ଜୁଡୁବୁଡୁ ଶରୀର କୁ ନିଜେ କାନ୍ଧେଇ ପାଖାପାଖି ଦେଢ଼ କିଲୋମିଟର ଯାଏଁ ଚାଲି ଗାଁ ରେ ପହଞ୍ଚିଥିଲା ଏବଂ ଗାଁ ଲୋକେ ହସ୍ପିଟାଲ ରେ ଭର୍ତି କରିବାରୁ ଏବେ ଅବସ୍ଥା ଭଲ ଅଛି I

ସବୁଆଡୁ ଏବେ ଶ୍ରୀମତୀ ପ୍ରତି ସାହସିକତା ପାଇଁ ଅଭିନନ୍ଦନ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *