ଅଚାନକ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ରେ ପହଁଚି ଡ଼ିଆଇଜି ଯାଞ୍ଚ କଲେ କାଗଜପତ୍ର

ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ରେ ହଠାତ ପହଁଚିଲେ ଡ଼ିଆଇଜି I କେହି କିଛି ବୁଝିବା ଆଗରୁ ଡ଼ିଆଇଜି ପହଁଚି ଏସପି ଙ୍କ ଅଫିସ ରେ ସମସ୍ତ କାଗଜ ତଦାରଖ କରି ସହର ରେ ଆଇନ ବ୍ୟବସ୍ଥା କିପରି ଅଛି ତାହାର ଯାଞ୍ଚ କରିଥିଲେ I ତେବେ ସମସ୍ତ କାର୍ଯ୍ୟ ତଦାରଖ ପରେ ମୋଟାମୋଟି ଏସପି ଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେଇଥିଲେ ଡ଼ିଆଇଜି I କିନ୍ତୁ ଡ଼ିଆଇଜି ଙ୍କ ଏପରି ଅଚାନକ ପରିଦର୍ଶନ କେହି ବୁଝିପାରିନଥିଲେ ,କଣ ଆଜ୍ଞା ଆପଣ ବି ବୁଝିପାରୁନାହାନ୍ତି କି ସେ ପରା ସିଂହମ, ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂI

ପୂର୍ବରୁ ମହାଶୟ ଙ୍କ ରେକର୍ଡ କୌଣସି ରିଅଲ ସିଂହମ ଠାରୁ କମ ନୁହେଁ ଯେଉଁଥିପାଇଁ ତାଙ୍କୁ ପୁରୀ ସହରରେ ସମସ୍ତେ ସିଂହମ ଭାବେ ଡାକନ୍ତି

I ଆସନ୍ତୁ ଜାଣିବା ତାଙ୍କ ବିଷୟରେ : ଉତ୍ତରପ୍ରଦେଶ ର ଏହି ଦବଂଗ ଅଫିସର ଙ୍କର ନା ଥିଲା କାହାକୁ ଭୟ ନା ଡର ଓଡିଶା ର ନକ୍ସଲ ଅଞ୍ଚଳ ମାଲକାନଗିରି ଏବଂ ପରେ ପରେ କେଙ୍ନଝର,ରାୟଗଡା ,ରାଉରକେଲା ଏବଂ ପୁରୀ ଯେଉଁଠି ଯାଇଛନ୍ତି ତାଙ୍କ ନା ଶୁଣିଲେ ଥରହର ହୁଅନ୍ତି ଅପରାଧୀ I ଅପରାଧୀ ଙ୍କ ଚରାଭୂଇଁ ସାଜିଥିବା ଏବଂ ଦିନ ଦିପହର ହତ୍ୟା ପରେ 2015 ନବକଳେବର ପାଇଁ ସ୍ପେଶାଲ ପାୱାର ରେ ପୁରୀ ରେ ଯୋଗ ଦେଇଥିଲେ ଆଶିଷ ସିଂ I ମାତ୍ର କେତେଟା ଦିନରେ ଗୋଡେଇ ଗୋଡେଇ ବାନ୍ଧି ଅପରାଧୀ ମାନଙ୍କୁ ଭିତରେ ପୁରାଇଥିଲେ I

ସାଜିଥିଲେ ରିଅଲ ସିଂହମ I ସାଧାରଣ ଲୋକଙ୍କ ପାଇଁ ଅଶାର କିରଣ I ଦିନ ରାତି ଏକ କରି ପୁରୀ ରେ ଆଣିଥିଲେ ଶାନ୍ତି I ସୁରୁଖୁର ରେ ପାଳିତ ହେଇଥିଲା ନବକଳେବର I ତେବେ ପୁରୀ ରୁ ଆଶିଷ ଙ୍କ ବଦଳି ରେ ସାରା ପୁରୀ ବାସି ତାଙ୍କୁ ଝୁରିଥିଲେ ଏବଂ ରିଅଲ ସିଂହମ ଛାଡି ଚାଲିଗଲେ ବୋଲି ମଧ୍ୟ ଫେସବୁକ ରେ ଲେଖିଥିବାର ମିଳେ I

ଏହାପରେ 2016 ମାର୍ଚ୍ଚ ରେ ଗଂଜାମ କୁ ବଦଳି ହେଇଯାଇଥିଲେ କିନ୍ତୁ ସେଠାରେ ଅଫିସ ରେ ପହଞ୍ଚୁ ପହଞ୍ଚୁ ମାତ୍ର 48ଘଣ୍ଟା ମଧ୍ୟରେ ଗଞ୍ଜାମ ର ଡବଲ ମର୍ଡର ର ପର୍ଦାଫାଶ କରି ଅପରାଧୀ ମାନଙ୍କର ନିଦ ହଜାଇଦେଇଥିଲେ ଏବଂ ପରେ ଦକ୍ଷିଣାଂଚଳ ଡ଼ିଆଇଜି ଭାବେ ପ୍ରମୋସନ ପାଇଥିଲେ I ତେବେ କିଛିଦିନ ପରେ ଅଚାନକ ଆଶିଷ ସିଂ ଙ୍କ ଏପରି ଅବତାର ପୁଣିଥରେ ପଛ ର ସେହି ରିଅଲ ସିଂହମ ଙ୍କ କଥା ମନେ ପକାଇଦେବାକୁ ବାଧ୍ୟ କରୁଛି I

ତେବେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରୟ ମଧ୍ୟ ଜଣେ ଲୋକପ୍ରିୟ ଅଫିସର I ସେ ନିଜେ ସାଇକେଲ ରେ ଛଦ୍ମ ବେଶରେ ବୁଲି ସହର ର ଭଲମନ୍ଦ ବୁଝନ୍ତି ପୂର୍ବରୁ ମଧ୍ୟ ଅନୁଗୁଳ ରେ ତାଙ୍କ ରେକର୍ଡ ବହୁ ଉତ୍ତମ ଅଟେ I

Leave a Reply

Your email address will not be published. Required fields are marked *