ବାହାହେବେ ଓଡ଼ିଆ ହିରୋ ସମ୍ବିତ ,ସରିଲା ନିର୍ବନ୍ଧ ,ସମ୍ବିତ ଙ୍କୁ ମିଳିଗଲା ମନର ସାଥି

ଏବେ ଚାରିଆଡେ ଚାଲିଛି ବାହାଘର ମୌସମ I ବହୁ ନାମିଦାମୀ କଳାକାର ଯେପରିକି ପ୍ରିୟଙ୍କା ,ଇଷା ଅମ୍ବାନୀ ଙ୍କ ବାହାଘର ସରିଥିବା ବେଳେ ନିକଟ ରେ ଓଡ଼ିଆ ସଂଗୀତ ଦୁନିଆର ଲୋକପ୍ରିୟ ଗାୟିକା ତପୁ ମିଶ୍ର ମଧ୍ୟ ନିଜର ମନର ସାଥି ଦୀପକ ପୁଜାହାରୀ ଙ୍କ ହାତ ଧରି ନେଇଛନ୍ତି I ଏବେ ପୁଣି ଆଉ ଜଣେ ଓଡ଼ିଆ କଳାକାର ଙ୍କ ନିର୍ବନ୍ଧ ସରିଯାଇଛି I ଖୁବ ଶୀଘ୍ର ସେ ବିବାହ କରିବେ ବୋଲି ଜଣାପଡିଛି I ସେ ହେଲେ ଓଡ଼ିଆ ହାଣ୍ଡସମ/ଆକ୍ସନ ହିରୋ ସମ୍ବିତ ଆଚାର୍ଯ୍ୟ I

ତାଙ୍କ ଦମଦାର ଅଭିନୟ ଦ୍ୱାରା ଓଡିଶା ବାସୀଙ୍କ ମନ କିଣିନେଇଥିବା ଏଇ ଓଡ଼ିଆ ହିରୋଙ୍କ ମନ କିଣିନେଇଛନ୍ତି ଓଡ଼ିଆ ଝିଅ ସୟୋନା ମହାପାତ୍ର I ଦୁହିଁଙ୍କର ନିର୍ବନ୍ଧ ସରିଯାଇଛି I ଏହାକୁ ନେଇ ଯେତେ ଲୁଚାଇବାକୁ ଚାହିଁଥିଲେ ମଧ୍ୟ ଖବର ପ୍ରଘଟ ହେଇଯାଇଥିଲା I

ଶେଷରେ ବାଧ୍ୟ ହେଇ ନିଜ ଫେସବୁକ ରେ ସୂଚନା ଦେଇଛନ୍ତି ସମ୍ବିତ ଯେ ତାଙ୍କର ନିର୍ବନ୍ଧ ସରିଛି ତେବେ କେବେ ବିବାହ ହେବ ସେନେଇ ଜଣାପଡ଼ିନି I ସୂଚନା ଥାଉ କି ପ୍ରଥମରୁ ଆଲବମ୍ ଏବଂ ପରେ ପ୍ରେମ ୱେଡ୍ସ ପ୍ରିୟା ,କଟକ ଦ ସିଲଭର ସିଟି ,ଚଉକା ଛକା ,ଗଞ୍ଜା ଲଢେଇ ଏବଂ ହାପି ଲକି ପରି ସୁପର ହିଟ ଓଡ଼ିଆ ଚଳଚିତ୍ର ଦର୍ଶକ ଙ୍କୁ ଭେଟି ଦେଇଛନ୍ତି ଏଇ ଅଭିନେତା I

ସମ୍ବିତ ଏବଂ ସୟୋନା ଙ୍କୁ ଓଡିଶା Exclusive ଟିମ୍ ପକ୍ଷରୁ ଶୁଭେଚ୍ଛା ସହିତ ଅଭିନନ୍ଦନ ତାଙ୍କ ଆଗାମୀ ଜୀବନ ସୁଖମୟ ହେଉ I

Leave a Reply

Your email address will not be published. Required fields are marked *