ଶିକ୍ଷକ ନାମରେ କଳଙ୍କ ବୋଳିଲେ ସାରେ ,ପାଇଖାନାରେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଜୋରଜବରଦସ୍ତ କଲେ ଦୁଷ୍କର୍ମ

ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ I ଗୁରୁ ଙ୍କୁ ଆମ ସମାଜରେ ସବୁଠାରୁ ପୂଜ୍ୟ ମାନ୍ୟତା ଦିଆଯାଇଛି I ତେବେ ଏହି ଗୁରୁ ଙ୍କ ନାମରେ କଳଙ୍କ ଲଗାଇଛନ୍ତି ଜଣେ ଶିକ୍ଷକ I ପ୍ରାପ୍ତ ସୂଚନା ଅନୁଯାଇ ଘଟଣାଟି ଦେବଗଡ ଥାନାର I ଏହି ଥାନାର ଜଣେ ଶିକ୍ଷକ ନାବାଳିକା ଛାତ୍ରୀ କୁ ପାଇଖାନା ସଫା କରିବାକୁ ପଠାଇଥିଲେ I ଛାତ୍ରୀ ଜଣଙ୍କ ମଧ୍ୟ ପାଇଖାନା ସଫା କରୁଥିବା ସମୟରେ କେହି ନଥିବାର ଦେଖି କାମୁକ ଶିକ୍ଷକ ଜଣଙ୍କ ଜୋରଜବରଦସ୍ତ ଛାତ୍ରୀକୁ ସେହି ପାଇଖାନା ଘରେ ଦୁଷ୍କର୍ମ କରିଥିଲେ I

ଭୟରେ ଝିଅଟି ଯେତେ ନେହୁରା ହେଲେ ମଧ୍ୟ ସାରେ ଛାଡି ନଥିଲେ I ଓଲଟା ଯଦି କାହାକୁ କହିବାକୁ ଚେଷ୍ଟା କରୁ ଅସୁବିଧା ହେବ ବୋଲି ଧମକ ଦେଇଥିଲେ I ଛାତ୍ରୀ ଜଣଙ୍କ ମଧ୍ୟ ଡରି କାହାକୁ ଜଣାଈନଥିଲେ I ତେବେ ଘରକୁ ଆସିବା ପରେ ପ୍ରବଳ ଯନ୍ତ୍ରଣା ହେବାରୁ ସହି ପାରିନଥିଲେ ଏବଂ ଘରେ ଜଣାଇଥିଲେ ଯେ କିପରି ଶିକ୍ଷକ ଜଣଙ୍କ ଏପରି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ I

ଘର ଲୋକେ ଝିଅକୁ ହସ୍ପିଟାଲ ନେବା ସହ ଶିକ୍ଷକ ଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I ଶିକ୍ଷକ ଜଣଙ୍କ ଫେରାର ହେଇଯାଇଛନ୍ତି I

Leave a Reply

Your email address will not be published. Required fields are marked *