ଶୀତ ଦିନେ ରୁପି ସମସ୍ୟାପାଇଁ ଆପଣ ଚିନ୍ତିତ କି ? ଅବଲମ୍ବନ କରନ୍ତୁ କିଛି ଘରୋଇ ଉପଚାର

OdishaExclusive.in:-କେଶରେ ରୁପି (Dandruff ) ଆଜିକାଲି ଏକ ଏକ ସାଧାରଣ ସମସ୍ୟା ଭାବରେ ପରିଗଣିତ କିନ୍ତୁ ବିଶେଷ କରି ଶୀତଦିନେ ଏହି ସମସ୍ୟା ଅଧିକ ପରିମାଣରେ ଦେଖାଦେଇଥାଏ । ଏହା ଏକ ସାଧାରଣ ସମସ୍ୟା ହେଇଥିଲେ ମଧ୍ୟ ଆଜିର ଯୁବପିଢ଼ି ଏହାକୁ ନେଇ ଭାରି ବ୍ୟତିବ୍ୟସ୍ତ ହେଇପଡୁଛନ୍ତି ତେବେ ଚାଲନ୍ତୁ ଜାଣିବା କିପରି ଘରୋଇ ଉପଚାରରେ ଏହି ରୁପି ସମସ୍ୟା କୁ ସମ୍ପୂର୍ଣ ଭାବେ ଦୂରେଇଦେଇପାରିବା ମାତ୍ର ଅଳ୍ପ ଦିନରେ I1)ଲେମ୍ବୁ ସହ ଅଣ୍ଡା ର ମିଶ୍ରଣ:-

ଏକ ପାତ୍ରରେ କିଛି ଲେମ୍ବୁ ରସ ନିଅନ୍ତୁ ଏବଂ ଅଣ୍ଡା ର ଭିତର ଅଂଶକୁ ମିଶ୍ରଣ କରି ମୁଣ୍ଡରେ ଭଲ ଭାବରେ ମାଲିସ କରନ୍ତୁ । ପରେ ଏହାକୁ ପାଖାପାଖି ୨ ଘଂଟା ଯାଏଁ ଛାଡିଦିଅନ୍ତୁ । ଏବଂ ସମ୍ପୂର୍ଣ ଶୁଖିଯିବା ପରେ ସାମ୍ଫୁରେ ଭଲଭାବରେ ସଫାକରି ଦିଅନ୍ତୁ । ସପ୍ତାହ କୁ ତିନି ଚାରି ଥର କରନ୍ତୁ ଦେଖିବେ ଛୁ ମନ୍ତର ପରି ରୁପି ଗାଏବ ହେଇଯିବ I2) ଦହି:-ରୁପି ଜନିତ ସମସ୍ୟାରୁ ରକ୍ଷା ପାଇବାକୁ ଦହି ଏକ ସହଜ ଓ ଉପକାରୀ । ଦହିକୁ ସପ୍ତାହରେ ତିନି /ଚାରି ଥର କେଶ ରେ ଭଲଭାବରେ ଲଗାଇବା ପରେ କେଶ ଧୋଇ ଦିଅନ୍ତୁ ଦେଖିବେ ବହୁତ ଅଳ୍ପ ଦିନ ଭିତରେ ରୁପି ଦାଉରୁ ମୁକ୍ତି ପାଇବା ସହ ଆପଣଙ୍କ କେଶ ଝଡିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।3) କଂଚା କ୍ଷୀର:- ଗାଧୋଇବାର କିଛି ସମୟ ପୂର୍ବରୁ ଆପଣଙ୍କ ମୁଣ୍ଡରେ କଂଚା କ୍ଷୀରକୁ ଭଲଭାବରେ ଲଗାଇଦିଅନ୍ତୁ ଏବଂ ଶୁଖିଗଲା ପରେ ମୁଣ୍ଡ ଧୋଇକି ସଫା କରିଦିଅନ୍ତୁ । ଦେଖିବେ ନିଶ୍ଚୟ ରୁପି ସମସ୍ୟାରୁ ଆପଣ ସବୁଦିନ ପାଇଁ ରକ୍ଷା ପାଇ ପାରିବେ ।4) ଘି’ କୁଆଁରୀ ବା ଏଲୋବେରା:-ଗାଧୋଇବାର 25/30 ମିନିଟ୍ ପୂର୍ବରୁ ଏହାକୁ ଭଲଭାବରେ କେଶ ତଥା ମୁଣ୍ଡ ରେ ମାଲିସ କରନ୍ତୁ । ତାପରେ ଏହାକୁ ସଫାକରି ଦିଅନ୍ତୁ । ଏହିପରି ଲଗାତର ଭାବେ 3/4 ଥର ସପ୍ତାହକୁ କରିବାଦ୍ୱାରା କେଶରୁ ରୁପି ଜନିତ ସମସ୍ୟା ସବୁଦିନପାଇଁ ଦୂର ହୋଇଯାଇଥାଏ ।5) ମେଥି:- ରାତିରେ ଏକ ମୁଠା ମେଥି ପାଣିରେ ଭିଜାଇ ଦିଅନ୍ତୁଏବଂ ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ମୁଣ୍ଡରେ ଲଗାଇ ପାଖାପାଖି ୧ ଘଂଟା ରଖନ୍ତୁ ତାପରେ ସଫା କରିଦିଅନ୍ତୁ । ଏଭଳି କରିବାଦ୍ୱାରi ରୁପି ଜନିତ ସମସ୍ୟା ସଂପୂର୍ଣ୍ଣ ଦୂରହୋଇଥାଏ ।

Leave a Reply

Your email address will not be published. Required fields are marked *