ୟୁଟର୍ନ ମାରିଲେ ନିରଞ୍ଜନ,କହିଲେ କୃଷି ଋଣ ଛାଡ଼ କରାଯାଇ ପାରିବନି

5ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ପରେ ତିନୋଟି ରାଜ୍ୟ ଯଥା ରାଜସ୍ଥାନ,ମଧ୍ୟପ୍ରଦେଶ ,ଏବଂ ଛତିଶଗଡ଼ ରେ ପ୍ରତିଦ୍ବନ୍ଦୀ କଂଗ୍ରେସ କୁ ଧରାଶାୟୀ କରିବା ପରେ ଓଡିଶା କଂଗ୍ରେସ ରେ ମଧ୍ୟ ଖୁଶିର ଲହରୀ ଖେଳି ଯାଇଥିଲା ଏପରିକି ପିସିସି ସଭାପତି ଗତ ୧୨ ତାରିଖ ଦିନ ଆୟୋଜିତ ପ୍ରେସ ମିଟ ରେ ଘୋଷଣା କରିଥିଲେ କି ଯଦି ଓଡ଼ିଶାରେ କଂଗ୍ରେସ କ୍ଷମତା କୁ ଆସେ ତେବେ ସମସ୍ତ କୃଷି ଋଣ ଛାଡ କରାଯିବ I ତେବେ ଏହାର ମାତ୍ର ଦୁଇଦିନ ପରେ ନିଜ କଥା ରୁ ଓହରି ଯାଇଛନ୍ତି ନିରଞ୍ଜନ I

ପ୍ରାପ୍ତ ସୂଚନା ଅନୁଯାଇ ଗତକାଲି ଗତକାଲି ଝାରସୁଗୁଡା ରେ କଂଗ୍ରେସ ତରଫରୁ ଜନଜାଗରଣ ଯାତ୍ରା କରାଯାଇଥିଲା I ତେବେ ଏହି ସଭାରେ କହୁ କହୁ ନିରଞ୍ଜନ କହିଦେଇଥିଲେ ଯେ ଚାଷୀ ଙ୍କ କୃଷି ଋଣ ଛାଡ଼ କରାଯାଇପାରିବ ନାହିଁ ବରଂ କିପରି ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ,ଚାଷୀ ଙ୍କୁ ସଶକ୍ତ କରାଯିବ ,

ଚାଷୀଙ୍କ ପାଇଁ ଥିବା ବ୍ୟବସ୍ତା ର ସୁଫଳ ସେମାନେ ପାଇପାରିବେ ତାର ତଦାରଖ ସହିତ ,ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯିବ ସେନେଇ ଗୁରୁତ୍ୱ ଦିଆଯିବ I ବିଜେଡି ସରକାର ଙ୍କ ଅବହେଳା ର ପ୍ରତିବାଦ କରାଯାଇ ଚାଷୀଙ୍କ ପାଇଁ ଗୁରୁତ୍ୱ ଦିଆଯିବ I

Leave a Reply

Your email address will not be published. Required fields are marked *