ମୁଖ୍ୟମନ୍ତ୍ରୀ ଙ୍କ ସୁରଟ ଗ୍ରସ୍ତକୁ ବିରୋଧ :ପ୍ରଥମେ ଚିଟ୍ ଫଣ୍ଡ ପଇସା ଫେରାଅ ,ପରେ ସୁରଟ ଆସିବ

ଆସନ୍ତା କାଲି ସୁରଟ ରେ ଆୟୋଜିତ ହେଉଛି ପ୍ରବାସୀ ଓଡିଶା ମହୋତ୍ସବ ,ଯେଉଁଥିରେ କି ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ Iମୁଖ୍ୟମନ୍ତ୍ରୀ ମଧ୍ୟ ଗସ୍ତ ପୂର୍ବରୁ ନିଜର ନିର୍ବାଚନୀ ଚାଲ ଖେଳିସାରିଛନ୍ତି ପ୍ରବାସୀ ଓଡ଼ିଆଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ କେନ୍ଦ୍ରକୁ ଚିଠି ଲେଖି ଧ୍ୟାନ ଆକର୍ଷଣ କରିଛନ୍ତି I ଆଗକୁ ନିର୍ବାଚନ ଆସୁଥିବା ବେଳେ ଏହାକୁ କିନ୍ତୁ ଗ୍ରହଣ କରିପାରିନାହାନ୍ତି ସୁରଟ ରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ମାନେ I ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ଜୋରଦାର ବିରୋଧ ର ସ୍ୱର ମୁଣ୍ଡ ଟେକିଲାଣି I

ପ୍ରବାସୀ ଓଡିଆ ଚିଟ୍ ଫଣ୍ଡ ଜମାକାରୀ ମହାସଂଘ ନବୀନ ଙ୍କ ଗସ୍ତ କୁ ବିରୋଧ କରିବା ସହିତ ତୁରନ୍ତ ଚିଟ ଫଣ୍ଡ ପଇସା ଫେରାଇବାକୁ ଦାବି କରିଛନ୍ତି Iକେବଳ ଏତିକି ନୁହେଁ ବ୍ୟାନର ପୋଷ୍ଟର ମାଧ୍ୟମ ରେ ଜୋରଦାର ବିରୋଧ ଚାଲିଛି ,ଏପରିକି କିଛି ବ୍ୟାନର ରେ ଲେଖାଯିବାର ଦେଖିବାକୁ ମିଳିଛି ଯେ ଓଡିଶା ରେ ଦାନା ପାଣି ମିଳିଲାନି ,ସେଥିପାଇଁ ସୁରଟ ଆସିଲୁ ଦାଦନ ଖଟିବା ପାଇଁ ସେତିକିରେ ନବୀନ ବାବୁ ତୁମ ମନ ବୁଝିଲା ନାଇଁ ??

ତେବେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି I ସୂଚନା ଥାଉ କି ଏହା ପୂର୍ବରୁ ଯାଇଥିବା ଅର୍ଥମନ୍ତ୍ରୀ ଶଶୀଭୂଷଣ ଙ୍କୁ ମଧ୍ୟ ସୁରଟ ରେ ପ୍ରବାସୀ ଓଡ଼ିଆ ମାନେ କାଳି ମାଡ କରିଥିଲେ I

Leave a Reply

Your email address will not be published. Required fields are marked *