ଅରଖ ଫୁଲ ର ଏପରି ବ୍ୟବହାର ଦ୍ୱାରା ମାତ୍ର ୨ ମିନିଟରେ ଆଣ୍ଠୁ ,ଗୋଇଠି, ଅଣ୍ଟା ବିନ୍ଧା ଭଲ ହେଇଯିବ I

ଗୋଇଠି ,ଅIଣ୍ଟୁ ,ଅଣ୍ଟା ରେ ଯନ୍ତ୍ରଣା ହେବା ଏକ ସାଧାରଣ କଥା ତେବେ ଯଦି ଏହି ଯନ୍ତ୍ରଣା ଲାଗିରହିଥାଏ ଘରୋଇ ଉପାୟ ରେ ମଧ୍ୟ ଆପଣ ଏଥିରୁ ମୁକ୍ତି ପାଇପାରିବେ I ଆଜି ଚାଲନ୍ତୁ ଜାଣିବା ଘରୋଇ ଉପାୟ ରେ କିପରି ଏହାର ନିରାକରଣ କରିପାରିବା I ଅରଖ ହେଉଛି ଏମିତି ଏକ ଫୁଲ ଯାହାକି ପ୍ରାୟତଃ ସମସ୍ତେ ଏହା ସହିତ ପରିଚିତ କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହାର ଉପକାରିତା ବିଷୟରେ ??

ଗୋଇଠି :ଯଦି ଗୋଇଠି ,ଅIଣ୍ଟୁ ,ଅଣ୍ଟା ରେ ରେ ବାରମ୍ବାର ଯନ୍ତ୍ରଣା ହେଉଥାଏ ତେବେ 15/20ଟି ଅରଖ ଫୁଲ ନେଇ ତାକୁ ଏକ କପ ପାଣିରେ 2ମିନିଟ ପର୍ଯ୍ୟନ୍ତ ଗରମ କରିଦିଅନ୍ତୁ ଏବଂ ପାଣି ଥଣ୍ଡା ହେଇଯିବା ପରେ ପାଣିରୁ ଫୁଲ କାଢି ଦିଅନ୍ତୁ ସେହି ପାଣିକୁ ଗୋଇଠି ,ଅIଣ୍ଟୁ ,ଅଣ୍ଟା ରେ ସଫା କରି ଗରମ ହେଇଥିବା ଫୁଲ କୁ ଏକ କପଡା ରେ ବାନ୍ଧି ଦିଅନ୍ତୁ ଏପରି ଦଶ ବାର ଦିନ କରିବା ଦ୍ୱାରା ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ I

ପତ୍ର :ଏକ ଭଲ ଅରଖ ପତ୍ର କୁ ସୋରିଷ ତେଲ ରେ ବୁଡାଇ ତାୱା ରେ ଭଲକି ସେକି ଦିଅନ୍ତୁ ଏବଂ ସେହି ସେକା ହେଇଥିବା ପତ୍ର କୁ ଗୋଇଠି ,ଅIଣ୍ଟୁ ,ଅଣ୍ଟା ରେ ଏକ କପଡା ଦ୍ୱାରା ବାନ୍ଧି ଦିଅନ୍ତୁ I

ଏହାଦ୍ୱାରା ଯନ୍ତ୍ରଣା କମିଯାଇଥାଏ I ଅରଖ କ୍ଷୀର :ଅରଖ ପତ୍ର ରୁ ବାହାରୁଥିବା କ୍ଷୀର କୁ ଗୋଇଠି ,ଅIଣ୍ଟୁ ,ଅଣ୍ଟା ରେ ଯନ୍ତ୍ରଣା ହେଉଥିବା ସ୍ଥାନରେ ଭଲକି ଘସନ୍ତୁ ଦେଖିବେ ଅଳ୍ପ ସମୟ ମଧ୍ୟରେ ଆରାମ ଲାଗିବ I କିନ୍ତୁ ମନେରଖିବେ ହାଡ ଭାଙ୍ଗିଯାଇଥିଲେ ,ରକ୍ତହୀନତା ଦ୍ୱାରା ଯଦି ଯନ୍ତ୍ରଣା ହେଉଥାଏ ତେବେ ଏହା ର କୌଣସି ସୁଫଳ ମିଳିବ ନାହିଁ I

ବି ,ଦ୍ର :ଏହାର କ୍ଷୀର ବହୁତ ବିଷ ଅଟେ ,ଧ୍ୟାନ ଦେବେ ଯେପରି ଏହା ଆଖି ସଂସ୍ପର୍ଶ ରେ ନଆସେ ନଚେତ ଚକ୍ଷୁ ସମସ୍ୟା ଏପରିକି ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇପାରେ I ଯଦି ହାତରେ କ୍ଷୀର ଲାଗିଥାଏ ତୁରନ୍ତ ହାତ ଧୋଇଦେବେ I

Leave a Reply

Your email address will not be published. Required fields are marked *