ଆର‌୍‌ଏସ୍‌ଏସ୍‌ ମୁଖ୍ୟ ଭଗଵତ୍‌ଙ୍କ ସହିତ ବୈଜୟନ୍ତ ଙ୍କ ପତ୍ନୀ ଜାଗୀ ମ˚ଗତ ଙ୍କ ଗୁପ୍ତ ବୈଠକ

ବିଜେଡି ରେ କୋଣ ଠେସା ହେବା ପରେ ଦଳୀୟ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଇଥିବା ବୈଜୟନ୍ତ ବିଜେଡି ରୁ ଇସ୍ତଫା ଦେଇଦେଇଥିଲେ ଏପରିକି ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ I ୟା ମଧ୍ୟରେ ପାଖାପାଖି 4ମାସ ରୁ ଉର୍ଧ ସମୟ ଗଡିଯାଇଥିଲେ ମଧ୍ୟ ବୈଜୟନ୍ତ କୌଣସି ନିଷ୍ପତି ନେଇନାହାନ୍ତି I ସବୁ ଅଂଚଳ ବୁଲି ବୁଲି ହେଇଯାଉ ନାମକ ଏକ ଚା ଖଟି ର ଆୟୋଜନ କରି ହେଇଯାଉ ପରିବର୍ତନ ର ଜୋରଦାର ପ୍ରଚାର କରୁଛନ୍ତି ,ଲୋକେ ମଧ୍ୟ ବିପୁଳ ପରିମାଣରେ ସମର୍ଥନ ଦେଉଛନ୍ତି I ଯେଉଁଯାଗାକୁ ଯାଉଛନ୍ତି ପ୍ରବଳ ଭିଡ ହେଉଛି I

ଏମିତିରେ ସତ କହିବାକୁ ଗଲେ ପ୍ରାୟତଃ ସମସ୍ତଙ୍କର ନଜର ଏବେ ବୈଜୟନ୍ତ ଙ୍କ ନିଷ୍ପତି ଉପରେ I ୟା ମଧ୍ୟରେ ଦାମ ଙ୍କ ବହିସ୍କୃତ ପରେ ଏକ ନୂଆ ସମୀକରଣ ଦେଖାଯାଉଥିଲେ ମଧ୍ୟ ତାହା ସମ୍ଭବ ହେଇପାରିନଥିଲା ଦାମ ନୂଆ ଦଳ ଗଠନ କରିଥିଲେ I ବୈଜୟନ୍ତ ଙ୍କ ବିଜେପି ଯୋଗଦାନ ନେଇ ଜୋରଦାର ଚର୍ଚ୍ଚା ହେଉଥିଲେ ମଧ୍ୟ କିଛି ନିଷ୍କର୍ସ ବାହାରିପାରିନି I

ୟା ମଧ୍ୟରେ ଅପରାଜିତା ମଧ୍ୟ ବିଜେପି ରେ ଏକ ବଡ ପରିଚୟ ପାଇସାରିଲେଣି I ତେବେ ଚର୍ଚା ଚାଲିଥିଲା କି ବୈଜୟନ୍ତ ନିଜର ଏକ ଦଳ ଗଠନ କରିବେ ଯାହାକି ଓଡିଶା ଜନତା ଦଳ ଭାବରେ ଠିଆ ହେବ ,ନିକଟରେ ବରିଷ୍ଠ ନେତା ବିଜୟ ମହାପାତ୍ର ,ଦିଲୀପ ରାୟ ମଧ୍ୟ ବିଜେପି ଛାଡିଛନ୍ତି I ଏତେସବୁ ଅଡ଼ୁଆସୁତା ମଧ୍ୟରେ ଗୋଟିଏ କଥା ଏବେ ଜୋରଦାର ଚର୍ଚା ଚାଲିଛି ଯେ ବୈଜୟନ୍ତ ଙ୍କ ପତ୍ନୀ ଆର‌୍‌ଏସ୍‌ଏସ୍‌ ମୁଖ୍ୟଙ୍କ ସହିତ ଏକ ଗୋପନ ବୈଠକ କରିଥିଲେ I

ଏହା କୁ ନେଇ ରାଜନୀତି ପୁରା ସରଗରମ I କାହିଁକିନା ଆର‌୍‌ଏସ୍‌ଏସ୍‌ ମୁଖ୍ୟଙ୍କତିନିଦିନିଆ ଓଡିଶା ଗସ୍ତରେ ବିଜେପି ଦଳର ବହୁ ମୁଖ୍ୟ ମାନଙ୍କୁ ସୁଯୋଗ ମିଳିନଥିଲା ତାଙ୍କ ଦର୍ଶନ ପାଇଁ ଏପରିକି କୌଣସି ମିଡ଼ିଆ ମଧ୍ୟ ତାଙ୍କ ବାଇଟ ପାଇପାରିନଥିଲେ

ଏ ପରିପ୍ରେକ୍ଷୀରେ ମଞ୍ଚେଶ୍ବରସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତିରେ ଆର‌୍‌ଏସ୍‌ଏସ୍‌ ମୁଖ୍ୟ ଭଗଵତ୍‌ଙ୍କ ସହିତ ବୈଜୟନ୍ତ ଙ୍କ ପତ୍ନୀ ଜାଗୀ ମ˚ଗତ ଙ୍କ ଗୁପ୍ତ ବୈଠକ ନିହାତି ଭାବରେ ସବୁଆଡେ ଚର୍ଚା ହେବା ସ୍ୱାଭାବିକ !!

Leave a Reply

Your email address will not be published. Required fields are marked *