ଅଣ୍ଡା ଖାଇବା ପରେ ଖାଆନ୍ତୁ ନାହିଁ ଏହି ଜିନିଷ

ଅଣ୍ଡା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଏଥିରେ ଥିବା ପୋଷାକ ତତ୍ତ୍ଵ ଆମ ଶରୀର ପାଇଁ ଅତ୍ୟଧିକ ଜରୁରୀ ଅଟେ। ଏଥିରେ ପ୍ରୋଟିନ ବହୁତ୍ ପରିମାଣରେ ରହିଥିବାରୁ ଏହା ଆମ ଶରୀର କୁ ବହୁତ୍ ଶକ୍ତି ଦେଇଥାଏ।

ଯେଉଁ ଲୋକମାନେ ପତଳା ହୋଇଥାନ୍ତି ସେମାନେ ଏହି ଅଣ୍ଡା ଅଧିକ ଖାଇବା ଦରକାର। କିନ୍ତୁ ଏହି ଅଣ୍ଡା ଖାଇବା ପରେ କିଛି କଥା କୁ ଧ୍ୟାନ ଦେବା ଉଚିତ୍। ନହେଲେ ଅନେକ ଶାରୀରିକ ସମସ୍ୟା ଦେଖାଯାଇଥାଏ।
୧. ସିଝା ଅଣ୍ଡା ଖାଇବା ପରେ କେବେ ହେଲେ ଲେମ୍ବୁ ଖାଇବା ଉଚିତ୍ ନୁହେଁ। ଏହା ଖାଇବା ଦ୍ଵାରା ଆମ ପାଚନ କ୍ରିୟା ରେ ସମସ୍ୟା ଦେଖାଯାଇଥାଏ। ଏହା ଦ୍ବାରା ମଧ୍ୟ ହୃଦୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ। ଏହା ସହିତ ଶରୀର ରେ ଧଳା ଧଳା ଦାଗ ଦେଖାଯିବା ର ସମ୍ଭାବନା ରହିଥାଏ।

୨. ସିଝା ଅଣ୍ଡା ଖାଇବା ପରେ କେବେ ହେଲେ ପାଚିଲା କଦଳୀ ଖାଇବା ଉଚିତ୍ ନୁହେଁ। କାରଣ ଏହା ଖାଇବା ଦ୍ଵାରା ମୁହଁ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଯେପରି ବ୍ରଣ ଉଠିବା ଓ ଧଳା ଦାଗ ଦେଖାଯିବା ପରି ସମସ୍ୟା ଦେଖାଯାଇଥାଏ।

Leave a Reply

Your email address will not be published. Required fields are marked *