ନମ୍ରତା, ସଂଘମିତ୍ରା, ଶାନ୍ତିଲତା ଏବଂ କଳ୍ପନା ଦାସ ଙ୍କୁ ଚରଣ ସ୍ପର୍ଶ ସମ୍ମାନରେ ସମ୍ମାନିତ କରିବ “କନ୍ୟା ଅନମୋଲ ହେ”

ଆଜିର କନ୍ୟା ସନ୍ତାନ କାଲିର ଦେଶ ଗଠନ ରେ ପ୍ରମୁଖ ଦାବିଦାର I ଝିଅ ହସିଲେ ହିଁ ସମାଜ ହସିବ I ଝିଅ କେବେ ବୋଝ ନୁହେଁ ,ଏକ ସୁସ୍ଥ ସମାଜ ପାଇଁ ଝିଅ ବି ସେତିକି ଆବଶ୍ୟକ ଯେତିକି ପୁଅ I ଏହା ଛଡା ଆଜିର ଝିଅ ବିଭିର୍ଣ୍ଣ କ୍ଷେତ୍ରରେ ସଫଳତା ପାଇ ସୁନାମ ଅର୍ଜନ କରିସାରିଲେଣି Iସମାଜରେ ଝିଅ ଙ୍କ ଅଧିକାର ଏବଂ ଝିଅଙ୍କ ସୁରକ୍ଷା ପାଇଁ ବିଭିର୍ଣ୍ଣ ଉର୍ନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ସମାଜ ରେ ବିଭିର୍ଣ୍ଣ କ୍ଷେତ୍ରରେ ସଫଳତା ପାଇଥିବା ମହିଳାମାନଙ୍କୁ ଚରଣ ସ୍ପର୍ଶ” ସମ୍ମାନରେ ସମ୍ମାନିତ କରିବ , ‘କନ୍ୟା ଅନମୋଲ ହେ’ ଅନୁଷ୍ଠାନ I

ଏନେଇ ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ ହୋଟେଲ ପରିସରରେ ଆଗାମୀ ୨୩ ତାରିଖରେ ଚାରିଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନିତ କରାଯିବ । ଯେଉଁମାନେ କି ଓଡିଶା ର ବିଭିର୍ଣ୍ଣ କ୍ଷେତ୍ର ରେ ସଫଳତା ର ଏକ ମାଇଲଖୁଣ୍ଟ ତିଆରି କରିଛନ୍ତି I ଭଜନ ସଂଗୀତ ପରିବେଷଣ ରେ ସାରା ଓଡିଶାବାସୀଙ୍କ ମନ ଜିଣିଥିବା ଶାନ୍ତିଲତା ବାରିକ ,ଅଭିନୟରେ କେବେ ହସ ତ ଆଉ କେବେ ମା ସାଜି ସମସ୍ତଙ୍କୁ କନ୍ଦେଇଥିବା ପ୍ରିୟ ଡଲି ଅପା ଓରଫ ନମ୍ରତା ଦାସ I ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ସୁଶ୍ରୀ କଳ୍ପନା ଦାସ ଏବଂ ଶିକ୍ଷାବିତ୍ ସଂଘମିତ୍ରା ମିଶ୍ର ଙ୍କୁ”କନ୍ୟା ଅନମୋଲ ହେ” ଦ୍ୱାରା ଚରଣ ସ୍ପର୍ଶ ସମ୍ମାନରେ ସମ୍ମାନିତ କରାଯିବ

I ଏହି ପରିପ୍ରେକ୍ଷୀରେ କନ୍ୟା ଅନମୋଲ ହେ’ ର ପ୍ରତିଷ୍ଠାତା ସସ୍ମିତା ଦାଶ, ଆବାହକ ଅର୍ଚ୍ଚନା ପାଣିଗ୍ରାହୀ,,ସହଅଧ୍ୟକ୍ଷା ଅଂଶୁ ତ୍ରିପାଠୀ,ସଭାପତି ଅମୀୟବାଳା ପରିଡ଼ା,ସାଗର ଦାସ, ସୂର୍ଯ୍ୟ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଶିଷ୍ଟ ମହିଳାମାନଙ୍କୁ ସମ୍ମାନିତ କରିବେ I

Leave a Reply

Your email address will not be published. Required fields are marked *