ଜଗନ୍ନାଥ ଙ୍କ ଶୋଡଶ କଳା କଣ ସବୁ:ଆସନ୍ତୁ ଚାଲିବା ଜଗନ୍ନାଥ ଙ୍କ ମାର୍ଗ ରେ

ଜଗନ୍ନାଥ ଙ୍କ ଶୋଡଶ କଳା…..

ପ୍ରଥମ କଳା – ନିବୃତ୍ତି :
ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା ।
ଦ୍ଵିତୀୟ କଳା- ପ୍ରତିଷ୍ଠା : ସତ୍ ମାର୍ଗରେ ଯଶ ଅର୍ଜନ କରିବାର କଳା ।
ତୃତୀୟ କଳା – ବିଦ୍ୟା : ନିଃସ୍ଵାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା ।
ଚତୁର୍ଥ କଳା – ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ଵୟ ରଖି ସ୍ଥିର ଚିତରେ ରହିବାର କଳା ।
ପଞ୍ଚମ କଳା – ଇନ୍ଧିକା : ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା ।

ଷଷ୍ଠ କଳା – ଦୀପିକା: ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା ।
ସପ୍ତମ କଳା – ରେଚିକା : ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ଵୀକାର କରି ପରିତ୍ୟାଗ କରିବାର କଳା ।
ଅଷ୍ଟମ କଳା- ମୋଚିକା : ମାୟା ଓ ମୋହରୁ ମୁକ୍ତ ହେବାର କଳା ।
ନବମ କଳା – ପରା : ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା ।
ଦଶମ କଳା – ସୂକ୍ଷ୍ମ : ସତ୍ ସୂକ୍ଷଗତ ବିଚାର କରିବାର କଳା ।
ଏକାଦଶ କଳା – ସୁକ୍ଷ୍ମ ଅମୃତ :ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା ।
ଦ୍ଵାଦଶ କଳା – ଜ୍ଞାନ : ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା ।
ତ୍ରୟୋଦଶ କଳା- ଜ୍ଞାନ ଅମୃତ : ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା ।
ଚତୁର୍ଦ୍ଦଶ କଳା – ଆପ୍ୟାୟିନୀ : ନିଜ କର୍ମଦ୍ଵାରା ସମାଜ କଲ୍ୟାଣ କରିବାର କଳା ।
ପଞ୍ଚଦଶ କଳ – ବ୍ୟାପିନୀ : ସତ୍ୟକୁ ସର୍ବବ୍ୟାପୀ କରିବାର କଳା ।
ଷୋଡ଼ଶ କଳା – ବ୍ୟୋମରୂପା : ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ଵରେ ସମସ୍ତଙ୍କୁ ସମାହିତ କରିବାର କଳା।

ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *