କୁନି ଶିଶୁମାନଙ୍କ ପ୍ରତିଭା ଅନ୍ୱେଷଣ କରିବାକୁ ବିବେକାନନ୍ଦ ପାଠକ ମଞ୍ଚର ଅଭିନବ ପ୍ରୟାସ

ଶିଶୁ ହସିଲେ ହସିବ ଜୀବନ I ଆଜିର ଶିଶୁ କାଲିର ଭବିଷ୍ୟତ ,ଏକ ଉତ୍ତମ ଦେଶ ଗଠନ ରେ ଶିଶୁର ଭୂମିକା ଗୁରୁତ୍ୱପୂର୍ଣ୍ଣ I ତେଣୁ ଶିଶୁମାନଙ୍କ ଭିତରେ ଥିବା ପ୍ରତିଭା କୁ ଲୋକଲୋଚନ କୁ ଆଣି ସେମାନଙ୍କୁ ପୁରସ୍କୃତ କରିବାକୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ ବିବେକାନନ୍ଦ ପାଠକ ମଞ୍ଚ ଏକ ଅଭିନୟ ପ୍ରୟାସ ଆରମ୍ଭ କରିଛନ୍ତି I ବାର୍ଷିକ ସ୍ଵନକ୍ଷତ୍ର ଉପଲକ୍ଷେ ପାଖାପାଖି ୬୦ଟି ବିଦ୍ୟାଳୟର ୩୫୦ ରୁ ଉର୍ଧ୍ୱ କୃତି ପ୍ରତିଯୋଗୀ ମାନଙ୍କୁ ବିଭିର୍ଣ୍ଣ ବିଭାଗରେ ଦକ୍ଷତା ପ୍ରଦର୍ଶନ କରିବାକୁ ସ୍ଥାନୀୟ ଜପିଦାସ ବିଦ୍ୟାମନ୍ଦିର,ବଡ଼ରମ୍ପାସ ଠାରେ ଏକ ବିରାଟ ଆୟୋଜନ କରାଯାଇଥିଲା I ବକୃତା , ଓଡ଼ିଆ ଭାଷାଜ୍ଞାନ ଓ ଆଶୁକବିତା ଲିଖନ ଇତ୍ୟାଦି ବିଭାଗରେ ଛାତ୍ରୀ ଛାତ୍ର ମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ I

ଏବିଇଓ ବୈଷ୍ଣବ ଚରଣ ବାରିକ,ଶିକ୍ଷାବିତ ଜ୍ଞାନେନ୍ଦ୍ର କୁମାର ଜେନା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନେଶ୍ୱର ପରିଡ଼ା ,ଅକ୍ଷୟ କୁମାର ଜେନା, ପ୍ରଧାନ ଶିକ୍ଷକ ବେଣୁଧର ସାହୁ, ଏବଂ ସୁଶୀଳ ଶୁଭଦୀପ ନାୟକ ପ୍ରମୁଖ ବିଚାରପତି ଭାବେ ପ୍ରତିଯୋଗୀମାନଙ୍କର ପ୍ରତିଭାକୁ ମୂଲ୍ୟାୟନ କରିଥିଲେ । ଏହା ସହିତ ପାଠକ ମଞ୍ଚର ପ୍ରତିଷ୍ଠାତା ଆବାହକ ଅଧ୍ୟାପକ ରବୀନ୍ଦ୍ର କୁମାର ନାୟକ, ସୁବାସ ଚନ୍ଦ୍ର ପାତ୍ର, ଭାଗୀରଥି ସେନାପତି, ଅଭିମନ୍ୟୁ ସାହୁ, ସୁଶୀଳ ସୁଶାନ୍ତ କୁମାର ପଣ୍ଡା, , ଶ୍ରୀକାନ୍ତ ପଟ୍ଟନାୟକ, ମନୋଜ ସେନାପତି,ସାରଦା ପ୍ରସନ୍ନ ବାରିକ, ଶରତ ଚନ୍ଦ୍ର ପାତ୍ର , ବରଦା ପ୍ରସନ୍ନ ବାରିକ,ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳତାର ସହିତ ଆଗେଇ ନେଇଥିଲେ I

ଏହା ସହିତ ଆଗାମୀ ଡିସେମ୍ବର ୩୧ ତାରିଖରେ ସ୍ଵନକ୍ଷତ୍ର ଦିବସରେ ପ୍ରଶ୍ନ ମଞ୍ଚ,ସାକ୍ଷାତକାର, ଗୀତ, ବ୍ୟଙ୍ଗ ଏବଂ ହାସ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ I ରିପୋର୍ଟ :ଚନ୍ଦନ ପଣ୍ଡା( ହାଟଡିହୀ)

Leave a Reply

Your email address will not be published. Required fields are marked *