ରାଜନୀତି ର ମଇଦାନ କୁ ଓଲ୍ହାଇବେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଧୁ ଦାସ !!!

ନିଉଜ ସେଭେନ ର ଏଡିଟର ତଥା ବଳିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଓଡ଼ିଶାର ଜଣେ ଆଗଧାଡିର ଲୋକପ୍ରିୟ ସାମ୍ବାଦିକ ଭାବରେ ଘରେ ଘରେ ପରିଚିତ I ନିଜର ବଳିଷ୍ଠ ଯୁକ୍ତି ତଥା ଉପସ୍ଥାପନା ଶୈଳୀ ପାଇଁ ଲୋକାଦୃତ ହେଇପାରିଛନ୍ତି I ତେବେ କିଛିଦିନ ହେବ ଜୋରଦାର ଚର୍ଚ୍ଚା ଚାଲିଛି ଅର୍ଧେନ୍ଦୁ ରାଜନୀତି ରେ ପାଦ ଦେବେ I ଅବଶ୍ୟ କେତେଜଣ ସମୀକ୍ଷକ ଏବଂ ସମର୍ଥକ ଦାବି କରନ୍ତି ଯେ ବିଜେଡି ତରଫରୁ ଟିକେଟ ରେ ଅର୍ଧେନ୍ଦୁ ନିର୍ବାଚନ ଲଢ଼ିବେ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା କେବେ ରଖିନାହାନ୍ତି ଶ୍ରୀଯୁକ୍ତ ଦାସ I

କିନ୍ତୁ ଗୋଟେ କଥା ସ୍ପଷ୍ଟ କରିଛନ୍ତି ଯେ ସୁଯୋଗ ମିଳିଲେ ଲୋକଙ୍କ ସେବା କରିବେ I ଏମିତିରେ ବି ସେ ଏବେ ଲୋକଙ୍କ ସହିତ ବହୁତ ମିଶିବାରେ ଲାଗୁଛନ୍ତି ନିଜର ଏକ ସ୍ୱତନ୍ତ୍ର ସଂଘଠନ ମଧ୍ୟ ତାଙ୍କର ନିଜ ଅଂଚଳ ଜଟଣୀ ରେ ଦେଖିବାକୁ ମିଳେ I ସହର ର ଛକ ମାନଙ୍କରେ ବଡ ବଡ ପୋଷ୍ଟର ବ୍ୟାନର ରେ ଅର୍ଧେନ୍ଦୁ ଦାସ ଙ୍କ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଖିବାକୁ ମିଳେ ଯେଉଁଥିରୁ ପ୍ରାୟତଃ ଏହା ସ୍ପଷ୍ଟ ଯେ ସେ ରାଜନୀତି ମଇଦାନ କୁ ଓଲ୍ହାଇବା ପାଇଁ ପୂର୍ବ ପ୍ରସ୍ତୁତି ଜାରି ରଖିଛନ୍ତି I ତେବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଜଟଣୀ ରାଜନୈତିକ ପାଣିପାଗ ପୁରା ଗୋଳିଆ ରହିଛି I

ଗୋଟେ ପକ୍ଷେ କଂଗ୍ରେସ ର ବଳିଷ୍ଠ ନେତା ସୁର ରାଉତରାୟ ରହିଥିବା ବେଳେ ଆଉ ଗୋଟେ ପଟେ ବିଜେପି ର ସୁଦୀପ୍ତ ରାୟ ଏବଂ ଯୁବନେତା ବିଶ୍ୱରଞ୍ଜନ ବଡ଼ଜେନା ଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଲାଗିରହିଛି I ଅପରପକ୍ଷରେ ବିଜେଡି ରେ ମଧ୍ୟ ସମାନ ଅବସ୍ଥା ,ବିଧାୟକ ଭାଗିରଥି ବଡ଼ଜେନା ଏବଂ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ମଧ୍ୟରେ କିଏ ବିଧାୟକ ପ୍ରାଥୀ ହେବେ ସେ ନେଇ ସମର୍ଥକ ମାନଙ୍କ ମଧ୍ୟରେ ଟଣା ଓଟରା ଲାଗିରହିଛି I

ଏ ପରିପ୍ରେକ୍ଷୀରେ ୩ଦଳର ଲାଗିରହିଥିବା ଗୋଷ୍ଠୀ ବିବାଦରୁ ଫାଇଦା ନେବାକୁ ଅଣ୍ଟା ଭିଡିଛନ୍ତି ଅର୍ଧେନ୍ଦୁ ଦାସ I ଜଟଣି ରେ ନିଜର ସଂଘଠନ କୁ ମଜଭୁତ କରିବାରେ ସେ ପୁରାପୁରି ବ୍ୟସ୍ତ ରହିଛନ୍ତି I ଯୁବକ ମାନଙ୍କ ର ମଧ୍ୟ ଦଳମତ ନିର୍ବିଶେଷ ରେ ପ୍ରଥମ ପସନ୍ଦ ସାଜିଛନ୍ତି ଅର୍ଧେନ୍ଦୁ I

ଅର୍ଧେନ୍ଦୁ ଙ୍କ ସମର୍ଥକ ମାନେ ଦାବି କରନ୍ତି ଯେ 2019 ନିର୍ବାଚନ ରେ ସେ ଲଢ଼ିବେ ତେବେ ସୂତ୍ର ରୁ ମିଳିଥିବା ଖବର ଅନୁଯାଇ ବିଜେଡି ମଧ୍ୟ ପରିସ୍ଥିତି ର ଫାଇଦା ଉଠାଇବାକୁ ଅର୍ଧେନ୍ଦୁ ଙ୍କୁ ପ୍ରାଥୀ କରିପାରେ ବୋଲି ସମର୍ଥକ ମାନେ ଦାବି କରନ୍ତି I ତେବେ କୌଣସି ଦଳ ସପକ୍ଷ କିମ୍ବା ବିପକ୍ଷ ରେ ଅର୍ଧେନ୍ଦୁ କୌଣସି ପ୍ରତିକ୍ରିୟା ନଦେଇ ନିଜ ସଂଘଠନ କାମରେ ଲାଗିଛନ୍ତି ଯାହାକି ସୂଚନା ଦେଉଛି ଆଗାମୀ ନିର୍ବାଚନ ରେ ମଇଦାନ କୁ ଓଲ୍ହାଇବେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ I

Leave a Reply

Your email address will not be published. Required fields are marked *