ଓଡ଼ିଆ ଖାଦ୍ୟ ହେଉଛି ବିଶ୍ୱର ସବୁଠାରୁ ସ୍ୱାଦିଷ୍ଟ; ଆମେରିକା ରାଷ୍ଟ୍ରଦୂତ i ଦହିବରା, ମାଛବେସର, ଡାଲମା ଖାଇ ପ୍ରସଂଶା କଲେ

ଅତିଥି ହେଉଛନ୍ତି ଓଡ଼ିଆ ଲାକଙ୍କ ପାଇଁ ଭଗବାନ I ନିଜେ ନଖାଇ ଅତିଥି ଚର୍ଚା କରିବାରେ ଓଡ଼ିଆଙ୍କର କେହି ସମାସ୍କନ୍ଦ ହେବେନି I ସେଇଥିପାଇଁ ତ ଯିଏ ବି ଓଡିଶା ଆସିଛି ଅତିଥେୟ ରେ ମୁଗ୍ଧ ହେଇଚି I ତେବେ କୁହାଯାଏ ଓଡ଼ିଶାର ଖାଦ୍ୟ ସବୁଠୁ ବଢିଆ I ପୁଣିଥରେ ଏଇକଥା ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରଦୂତ କେନ ଜଷ୍ଟର ।
ମେକ ଇନ ଓଡିଶା ରେ ,ଆମେରିକା ର ପୁଞ୍ଜି ବିନିଯୋଗ କରି ନିଯୁକ୍ତି ର ସୁଯୋଗ ସୃଷ୍ଟି କରିବାକୁ ଆସିଥିବା ଆମେରିକା ରାଷ୍ଟ୍ରଦୂତ ଙ୍କୁ ଓଡିଶା ତରଫରୁ ଦିଆଯାଇଥିଲା ଭବ୍ୟ ସମ୍ଭର୍ଧନା I

ଏହା ସହିତ ତାଙ୍କର ଖାଦ୍ୟ ବ୍ୟବସ୍ତା ପାଇଁ ମାଛବେସର ,ଦହିବରାଏବଂ ଡାଲମା ର ବ୍ୟବସ୍ତା କରାଯାଇଥିଲା I ଯାହାକୁ ଖାଇବା ପରେ ପୁରା ଖୁଶି ହେଇଯାଇଥିଲେ ସେ I ଏବଂ ଏହା ସବୁଠୁ ସ୍ୱାଦିଷ୍ଟ ଖାଦ୍ୟ କହିଥିଲେ ,ଏପରିକି ଖାଇବା ସମୟର ଏକ ଫଟ ମଧ୍ୟ ନିଜ ସୋସିଆଲ ଆକାଉଣ୍ଟସ ରେ ପୋଷ୍ଟ କରିଛନ୍ତି I ବାଲୁକା ଶିଳ୍ପୀ ସୁଦର୍ଶନ ଙ୍କ ସହିତ ମଧ୍ୟ ସାକ୍ଷାତ କରି

ବାଲୁକା କଳାକୁ ମନଭରି ଉପଭୋଗ କରିବା ସହିତ ଭୁବନେଶ୍ୱର ରେ ବିଭିର୍ଣ୍ଣ ମନ୍ଦିର ବୁଲିଦେଖିବା ସହିତ ଓଡ଼ିଶାର କଳା ଐତିହ୍ୟ ସମ୍ପର୍କ ରେ ଭଲକି ବୁଝିଥିଲେ I

Leave a Reply

Your email address will not be published. Required fields are marked *