ବିଜେପି ରେ ମିଶିବା ନେଇ ମନାକଲେ ବୈଜୟନ୍ତ ,ତେବେ 24 ତାରିଖ ମିଶ୍ରଣ ଗୁଜବ ସୃଷ୍ଟି କଲା କିଏ ଏବଂ କାହିଁକି ??

ଆସନ୍ତା ଡ଼ିସେମ୍ବର ୨୪ ତାରିଖ ରେ ବୈଜୟନ୍ତ ବିଜେପି ରେ ମିଶିବା ନେଇ ଅନେକ କଳ୍ପନା ର ଅବସାଦ ଘଟାଇ ଏ ନେଇ ମୁଁହ ଖୋଲିଛନ୍ତି ଖୋଦ୍ ବୈଜୟନ୍ତ।କଟକ ଗୋପାଳ ପୁର୍ ପ୍ରିମିୟମ ଲିଗ୍ ରେ ଯୋଗ ଦେଇଥିବା ସମୟରେ ଏ ସମ୍ପର୍କ ରେ ନିଜର ମନ୍ତବ୍ୟ ରଖିଛନ୍ତି ବୈଜୟନ୍ତ।ଏ ନେଇ ବୈଜୟନ୍ତ କହିଛନ୍ତି ଯେ ଆପଣ ମାନେ ଯାହା ଶୁଣୁଛନ୍ତି ମୋଦି ଙ୍କ ବୈଠକ ରେ ଯୋଗ ଦେବା ଆଦି କାଠ ଏହା କେବଳ ଲୋକ କଥା।

ବର୍ତ୍ତମାନ ସୁଦ୍ଧା ସେ ସବୁ ଉପରେ ସେ କୌଣସି ନିଷ୍ପତି ନେଇ ନାହାନ୍ତି।ସେପଟେ ବିଜେପି ମଧ୍ୟ କହିଛି ଯେ ମୋଦି ଙ୍କ କାର୍ଯ୍ୟକ୍ରମ ସମୟରେ କୋୖଣସି ଦଳୀୟ ନେତା ମିଶ୍ରଣ ହେବାର କୌଣସି କାର୍ଯ୍ୟକ୍ରମ ନାହି।

ତେବେ ବିଜେପି ର କିଛି ଲୋକ ଙ୍କ ଠୁ ଶୁଣିବାକୁ ମଧ୍ୟ ମିଳୁଛି କି ବୈଜୟନ୍ତ ଙ୍କୁ ମିସେଇବାକୁ ଏ ପର୍ଯ୍ୟନ୍ତ କେନ୍ଦ୍ର ରୁ କିଛି ସଂକେତ ମିଳିନାହିଁ।ତେବେ ତାଙ୍କୁ ପଚରା ଯାଇଥିବା ମୋଦି ଙ୍କୁ ସବୁବେଳେ ପ୍ରଶଂସା କରୁଛ କିନ୍ତୁ ବିଜେପି ରେ ମିଶିବାର ଅସୁବିଧା ବିଷୟରେ ।ବୈଜୟନ୍ତ ଆହୁରି ମଧ୍ୟ କହିଥିଲେ କି ଲୋକ ମାନଙ୍କ ପାଇଁ ସେ ସବୁବେଳେ ପ୍ରସ୍ତୁତ ଅଛନ୍ତି ଆଉ ଲୋକ ମାନେ ଯଦି ଚାହାନ୍ତି ତେବେ ସେ ପୁଣି ନିର୍ବାଚନ ଲଢ଼ିବେ। ସେଥିରେ କିଛି ଅସୁବିଧା ନାହିଁ।

Leave a Reply

Your email address will not be published. Required fields are marked *