ତହସିଲ ଅଫିସ କୁ ଆଉ ବାରମ୍ବାର ଦଉଡି ବାକୁ ପଡ଼ିବନାହିଁ ,ଏଣିକି ଡାକରେ ଘରକୁ ଆସିବ ଜମି ପଟ୍ଟା : ଜମିଜମା କାରବାର ରୁ ଦୁର୍ନୀତି ଦଲାଲି ହଟିବ

ଜମି ଜମା ବାବଦରେ ସାଧାରଣ ଲୋକମାନେ ଯେ କେତେ ହଇରାଣ ହୁଅନ୍ତି କେବଳ ଭୁକ୍ତଭୋଗୀ ହିଁ ସେ ବିଷୟରେ ଜାଣିଥାଏ I ଜାଗା କିଣିବା ବା ବିକିବା ସମୟରେ ଜମି ପଟା ବା ନଥିପତ୍ର ପାଇଁ ଏ ଅଫିସ ରୁ ସେ ଅଫିସ ଦୌଡ଼ି ଦୌଡ଼ି ସତେ ଯେପରି ଗୋଡ଼ରୁ ଚପଲ ଛିଡିଯାଏ ତଥାପି ଦଲାଲ ମାନଙ୍କୁ ନଧରିଲେ କାମ ପ୍ରାୟତ କହିବାକୁ ଗଲେ ଲୋକଙ୍କ ଧାରଣା ହେଇଯାଇଛି ଯେ ଏହା ହିଁ ସବୁଠାରୁ ଦୁର୍ନିତୀଯୁକ୍ତ ବିଭାଗ ଯେଉଁଥିରେ ଖଣ୍ଡେ ପଟା କବାଲା ପାଇଁ ସାଧାରଣ ଲୋକଟିଏ ବହୁ ଅସୁବିଧାର ସାମ୍ନା କରିଥାଏ

I ତେବେ ଲୋକଙ୍କୁ ଏହି ସମସ୍ୟାରୁ ସମାଧାନ ପାଇଁ ଗତ କିଛିମାସ ତଳେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏଦ୍ୱାରା ସମ୍ପୂର୍ଣ୍ଣ ଡିଜିଟାଲ ବା ଅନଲାଇନ ମାଧ୍ୟମରେ କାରବାର କରିବାକୁ ନିଷ୍ପତି ନିଆଯାଇଥିଲା I ତଥାପି ଲୋକମାନଙ୍କ ସମସ୍ୟା ସୁଧୁରୁନାହିଁ I

ତେବେ ଏ କ୍ଷେତ୍ରରେ ଏକ ଭଲ ନିଷ୍ପତି ନେଇଛନ୍ତି ଭଦ୍ରକ ତହସିଲ ବିଭାଗ I ଏଣିକି ଲୋକ ଆଉ ଦୌଡ଼ି ଦୌଡ଼ି ନୟାନ୍ତ ହେବେନି ବରଂ ଆବେଦନ କରିବା ପରେ ସମସ୍ତ କାର୍ଯ୍ୟ କୁ ତଦାରଖ କରି ଯଥାଶୀଘ୍ର ଆବେଦନ କାରୀଙ୍କ ଘରକୁ ପଟ୍ଟା ପଠାଇଦିଆଯିବ ଡାକ ବିଭାଗ ଦ୍ୱାରା I ଏନେଇ ତହସିଲଦାର ପ୍ରଦୀପ ଏହାର ଆରମ୍ଭ କରି

ପ୍ରଥମ ଥର ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣଙ୍କୁ ସେମାନଙ୍କର ପଟ୍ଟା ଡାକ ରେ ପଠାଇଦେଇଛନ୍ତି I ଏହାକୁ ସବୁଦିଗରୁ ସ୍ୱାଗତ କରାଯାଉଛି I

Leave a Reply

Your email address will not be published. Required fields are marked *