ଥିଲେ ସାଂସଦ ଙ୍କ ଅଙ୍ଗରକ୍ଷକ ଏବେ ଓଏଏସ୍‌ ପରୀକ୍ଷାରେ ସଫଳ ହେଇ ହେଲେ ଅଫିସର ମାଲକାନଗିରିର ଗର୍ବ

କୁହାଯାଏ ଗଭୀର ନିଷ୍ଠା ଏବଂ କଠିନ ପରିଶ୍ରମ ଦ୍ୱାରା ସବୁ ସମ୍ଭବ ହେଇପାରିବ I ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନିଳାଦ୍ରୀ ବିହାରୀ ଦାଡ଼ିଆ। ଘର ମାଲକାନଗିରି I ବାପା ଜଣେ ସ୍କୁଲ ଶିକ୍ଷକ I ଚାରି ଭାଇଭଉଣୀ ରେ ତାଙ୍କ ପରିବାର I ମ୍ୟାଟ୍ରିକ ପରେ ଡିପ୍ଲୋମା ଇଞ୍ଜିନିଅରିଙ୍ଗ କରିଥିଲେ କିନ୍ତୁ ଘରର ଆର୍ଥିକ ପରିସ୍ଥିତି ପାଇଁ ଅଧିକ ଊଂଚ ଶିକ୍ଷା କରିପାରିଲେନି I

କିନ୍ତୁ ମନରେ ଇଛା ଥିଲା ଅଧିକ ପଢିବା ପାଇଁ I ପରିବାର ସମସ୍ୟା ପାଇଁ ବାଧ୍ୟ ହେଇ 2002 ମସିହାରେ କନଷ୍ଟେବଳ ପାଇଁ ଆବେଦନ କରିଥିଲେ ଏବଂ ସେଥିରେ ପାଇଯାଇଥିଲେ ମଧ୍ୟ I କିନ୍ତୁ ଉଞ୍ଚ ଶିକ୍ଷା ପାଇଁ ଆଗ୍ରହ ଥିବା ନୀଳାଦ୍ରି ଇଗନୁ ରୁ ଡିଗ୍ରୀ କରିଥିଲେ ପରେ ଏଥିପାଇଁ ତାଙ୍କୁ ଏସଆଇ ପ୍ରମୋସନ ମିଳିଥିଲା I ଏହାପରେ ସେ କୋରାପୁଟ ସାଂସଦ ଝିନ ହିକକାଙ୍କ ଅଙ୍ଗରକ୍ଷକ ଭାବେ ଯୋଗଦେଇଥିଲେ I

ଏବଂ ମନରେ ଥିବା ଅନେକ ସ୍ବପ୍ନ କୁ ପୂରଣ ପାଇଁ ରାତ୍ରି ଅନିଦ୍ରା ରହି ନିଜକୁ ପ୍ରସ୍ତୁତ କରୁଥିଲେ ଏକ ଅଫିସର ହେବା ପାଇଁ I ଶେଷରେ ତାଙ୍କ ସ୍ବପ୍ନ ପୂରଣ ହେଇଚି Iଓଏଏସ ପରୀକ୍ଷାରେ ସେ ଉତୀର୍ଣ୍ଣ ହେଇ 97ତମ ସ୍ଥାନ ଦାଖଲ କରିଛନ୍ତି I

Leave a Reply

Your email address will not be published. Required fields are marked *