ଏଣିକି ହେଲିକପ୍ଟରରେ ବସି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ! ଜାଣନ୍ତୁ, କେତେ ସମୟ ପାଇଁ ଦେବାକୁ ପଡିବ କେତେ ଟଙ୍କା ।

ଗୁଜରାଟର ନର୍ମଦା ନଦୀ ଉପରେ ନିର୍ମିତ ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଉଦ୍ଘାଟନ ହେବା ଦିନ ଠାରୁ ଚର୍ଚ୍ଚାରେ ରହିଆସିଛି।ଏହାକୁ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି।

କିନ୍ତୁ ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟ୍ କୁ ଦର୍ଶକ ମାନେ ଏବେ ଏକ ଭିନ୍ନ ଉପାୟରେ ଦେଖିପାରିବେ।ଅର୍ଥାତ୍ ଏକ ହେଲିକପ୍ଟର ଆପଣଙ୍କୁ ଏହାର ଚାରିପଟେ ଓ ଉପରେ ଉଡି ଏହାର ଦର୍ଶନ କରାଇବ।ତେବେ ଆସନ୍ତୁ ଜାଣିବା ଏଥିରେ କେତେ ସମୟ ବସିବା ପାଇଁ କେତେ ଟଙ୍କା ଦେବାକୁ ପଡିବ।

ସୂଚନା ଅନୁଯାୟୀ ହେଲିକପ୍ଟରରେ ମାତ୍ର ୧୦ ମିନିଟ୍ ବୁଲିବାକୁ ହେଲେ ପ୍ରାୟ ୨୯୦୦ ଟଙ୍କା ଦେବାକୁ ପଡିବ।ଏପରି ଏକ ସେବା ଆରମ୍ଭ କରିଛନ୍ତି ଗୁଜରାଟ ସରକାର।ଗତକାଲି ଏହି ସେବା ଆରମ୍ଭ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୩୧ ରେ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ର ଲୋକାର୍ପଣ କରିଥିଲେ।ପ୍ରତିଦିନ ପ୍ରାୟ ୩୦ ହଜାର ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି।

୧୮୨ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ଵର ଏହି ଉଚ୍ଚତମ ପ୍ରତିମୂର୍ତ୍ତି ଉପଗ୍ରହ ଫଟୋଚିତ୍ର ରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି।ଷ୍ଟାଚ୍ୟୁ ଅଫ୍ ୟୁନିଟ୍ କୁ ଦେଖିବା ପାଇଁ ବହୁ ଦୁର ଦୁରନ୍ତରରୁ ଲୋକ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏଠାରେ ହେଲିକପ୍ଟର ବ୍ୟବସ୍ଥା କରାଯାଇଛି।ଏବଂ ଆଶା କରୁଛି ଏହି ବ୍ୟବସ୍ଥା ଦ୍ବାରା ଲୋକମାନେ ଆହୁରି ଅଧିକ ଉପକୃତ ହେବେ।

Leave a Reply

Your email address will not be published. Required fields are marked *