ନବୀନ ଙ୍କ ବଡ ସମର୍ଥକ ମୋଦିଙ୍କ ସଭାକୁ ଯାଇଥିଲେ ବୋଲି ବିଜେପି କର୍ମୀ ମାନେ ବାଡେଇ ଡ୍ରେସ ଚିରିଦେଲେ

ଗତକାଲି ମୋଦିଙ୍କ ବିଶାଳ ସଭା ରେ ପସିଯାଇଥିଲେ ଜଣେ ନବୀନଙ୍କ ବଡ ସମର୍ଥକ I ଉଦେଶ୍ୟ ଥିଲା ଯେ ଅରୁଗୁଳ ଆଇଆଇଟି ରେ ଯେପରି ନବୀନ ପଟନାୟକ ଯୋଗ ଦେଇଥିଲେ ଏଠି ବୋଧହୁଏ ସେପରି ଯୋଗ ଦେବେ I କିନ୍ତୁ ସେ କଣ ଜାଣିଥିଲେ ଯେ ମୁଖ୍ୟମନ୍ତ୍ରୀ ଏଠି ନାହାନ୍ତି ବରଂ ମୁଖ୍ୟମନ୍ତ୍ରୀ ଙ୍କ ଦର୍ଶନ ବଦଳରେ ତାଙ୍କୁ ଗାଳି ମାଡ ସହିତ ବିଭିର୍ଣ୍ଣ ଅପମାନ ବି ସହିବାକୁ ପଡିବ I

ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ କି ମୋଦିଙ୍କ ସଭାରେ ଭୁଲ ବଶତଃ ଯୋଗଦେଇଥିଲେ ନବୀନ ଙ୍କ ଜଣେ ଦୃଢ ସମର୍ଥକI ତାଙ୍କ ନାମ ଖଗେଶ୍ୱର ଦେହୁରୀ I ମୁଁହରେ ଶଙ୍ଖ ଚିହ୍ନ କୁ ଶରୀର ରେ ବିଜେଡି ପତାକାର ଡ୍ରେସ ଏହାକୁ ଦେଖି ରାଗିଯାଇଥିଲେ ବିଜେପି ର କିଛି କର୍ମୀ ଏବଂ ଦେହୁରୀଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ଟଣାଓଟରା କରି ବିଜେଡି ପତାକାର ଡ୍ରେସ ଚିରିଦେଇଥିଲେ I

ପାଖରେ ଥିବା ସୁରକ୍ଷା କର୍ମୀ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ବାହାରେ ଛାଡିଥିଲେ ତେବେ ଏହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *