ମହାରଥୀ ଙ୍କୁ ମାଡ ମାରି ସାବାଡ଼ କରିବ ମହିଳା କଂଗ୍ରେସ: ଧର୍ଷିତା ବେବିନା ଘଟଣା ରେ ପୀଡିତା ନ୍ୟାୟ ପାଇନଥିଲେ ମଧ୍ୟ ମନ୍ତ୍ରୀ କହିଥିଲେ ଧର୍ମ ର ଜୟ ହେଲା

ହାରିଗଲା ବେବିନା I ସାତବର୍ଷ ତଳେ ବି ହାରିଥିଲା ଆଜି ବି ହାରିଗଲା I ବେବିନା ଧର୍ଷଣ ପରେ ମୃତ୍ୟୁର ଅଭିଯୁକ୍ତ ଥିବା ଦୁଇ ଜଣଙ୍କୁ, କୌଣସି ସାକ୍ଷୀ ନଥିବାରୁ ନିର୍ଦୋଷ ରେ ଖଲାସ କରିଦିଆଯାଇଥିଲା I ଏହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ କୃଷିମନ୍ତ୍ରୀ ଙ୍କ ବିବାଦୀୟ ବୟାନ ପୁଣିଥରେ ଜୋରଦାର ଚର୍ଚ୍ଚା ଧରିଛି I ମିଳିଥିବା ଖବର ଅନୁଯାଇ ପିପିଲି ଝିଅ ବେବିନା ନ୍ୟାୟ ନପାଇ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ ହେବା ପରେ ପିପିଲି ବିଧାୟକ ତଥା ପ୍ରଦୀପ ମହାରଥୀ ଙ୍କ ଚର୍ଚିତ ବୟାନ ଏବେ ଜୋର ଧରିଛି I

ମହାରଥୀ ତାଙ୍କ ବୟାନ ରେ କହିଛନ୍ତି ଯେ ଶେଷରେ ଧର୍ମର ଜୟ ହେଇଚି I ଅଯଥା ପ୍ରଶ୍ନ ର ଉତ୍ତର ପାଇଁ ତାଙ୍କ ପାଖରେ ସମୟ ନଥିବା କହିବା ପରେ ଏହାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛି I ମାନ୍ୟବର ବିଧାୟକ ତଥା କୃଷିମନ୍ତ୍ରୀ ଙ୍କ ନିଜ ଅଞ୍ଚଳ ର ଜଣେ ଝିଅ ନ୍ୟାୟ ନପାଇଥିବା ବେଳେ ମନ୍ତ୍ରୀ ଙ୍କ ଏପରି ପ୍ରତିକ୍ରିୟା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ I

ତୁରନ୍ତ ପ୍ରଦୀପ ମହାରଥୀ ଇସ୍ତଫା ଦିଅନ୍ତୁ ଏବଂ କ୍ଷମା ମାଗନ୍ତୁ ନଚେତ ଆଗାମୀ ଦିନରେ ତାଙ୍କ ବାସଭବନ କୁ କଂଗ୍ରେସ ପକ୍ଷରୁ ଘେରାଉ କରାଯିବା ସହିତ ତୀବ୍ର ବିରୋଧ କରାଯିବ I ଯଦି କୃଷିମନ୍ତ୍ରୀ ଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ବାଧ୍ୟ ହେଇ ମହିଳା କଂଗ୍ରେସ ଦରକାର ପଡିଲେ ମହାରଥୀ ଙ୍କୁ ମାଡ଼ ମାରି ସାବାଡ଼ କରିବ

I ଏନେଇ କଂଗ୍ରେସ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *