ଆସୁଛି ପ୍ରିପେଡ୍ ମିଟର:ଆଗେ ଟଙ୍କା ଦେବେ ପରେ ବିଜୁଳି ବ୍ୟବହାର

ମାସ ସାରା ବିଜୁଳି ବ୍ୟବହାର କରିବା ପରେ ଶେଷରେ ଆମ ସାଧାରଣତଃ ବିଲ୍ ପୈଠ କରିଥାଉ।କିନ୍ତୁ ଏବେ ଆଉ ଏପରି ହେବ ନାହିଁ। ଏବେ ଆପଣଙ୍କୁ ଆଗ ବିଲ୍ ପୈଠ କରିବାକୁ ପଡ଼ିବ ଏବଂ ତା ପରେ ଆପଣ ବିଦ୍ୟୁତ୍ ବ୍ୟବହାର କରିପାରିବେ।

ଏଭଳି କିଛି ସଂସ୍କାର ମୂଳକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ପାଗ ଭିଡିଛନ୍ତି।

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍ କେ ସିଂହ ଏକ ଇଂରାଜୀ ଜାତୀୟ ଗଣ ମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି।ଫଳରେ ଆଗାମୀ ଦିନରେ ବିଦ୍ୟୁତ୍ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ସଂକେତ ମିଳିଲାଣି।ବିଦ୍ୟୁତ୍ ଶୁଳ୍କ ଅନାଦେୟ ରହିବା ଏବଂ ହୁକ ପକାଇ ବିଦ୍ୟୁତ୍ ବ୍ୟବହାର କରିବା ମଧ୍ୟ ବନ୍ଦ ହେଉ ନାହିଁ।

ଏଭଳି ସମସ୍ୟାକୁ ଦୁର କରିବା ପାଇଁ ସରକାର ଏବେ ବଣ୍ଟନ କମ୍ପାନୀ ଗୁଡ଼ିକୁ ସ୍ମାର୍ଟ୍ ପ୍ରୀପେଡ୍ ମିଟର ଲଗାଇବାକୁ ଅନୁମତି ପ୍ରଦାନ କରିବାକୁ ବିଚାର କରୁଛନ୍ତି।ଏହି ସ୍ମାର୍ଟ୍ ମିଟର ବ୍ୟବହାର କରିବା ଦ୍ଵାରା ଦିନର ଭିନ୍ନ ଭିନ୍ନ ସମୟରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ହାରରେ ଶୁଳ୍କ ଦେବାକୁ ପଡ଼ିବ।

ଅର୍ଥାତ୍ ସକାଳେ ଏକ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ପାଇଁ ଯେତିକି ଶୁଳ୍କ ଆଦାୟ କରାଯିବ ଖରାବେଳେ,ସନ୍ଧ୍ୟାବେଳେ ଏବଂ ରାତିରେ ତାହା ଅଲଗା ରହିବ।ପ୍ରିପେଡ୍ ମୋବାଇଲ ଭଳି ଆପଣଙ୍କୁ ଆଗୁଆ ପଇସା ଜମା କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *