୨୧ବର୍ଷରେ ବିଜେଡି , ଆଜି ବିଜେଡିର ପ୍ରତିଷ୍ଠା ଦିବସ,କିନ୍ତୁ ଦଳରେ ନାହାନ୍ତି ମୁଖ୍ୟ ପୁରାଧା/ ବିଜୁ ସମର୍ଥକ

26ଡିସେମ୍ବର 1997 ମସିହାରେ ବିଜୁ ବାବୁଙ୍କ ଆଦର୍ଶ ଏବଂ ଲୋକପ୍ରିୟତା ରେ ଆରମ୍ଭ ହେଇଥିବା ବିଜୁ ଜନତା ଦଳ ଇତି ମଧ୍ୟରେ 20ବର୍ଷ ପୂରଣ କରି 21ବର୍ଷରେ ପଦାର୍ପଣ କରିଛି Iତେବେ ୟା ମଧ୍ୟରେ ବିଜେଡି ବହୁ ସମର୍ଥନ ସହିତ ଲୋକପ୍ରିୟତା ପାଇ ସଫଳତାର ଶୀର୍ଷରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଲୋକମାନଙ୍କ ପାଖରେ ଏକ ନିର୍ମଳ ଭାବମୁର୍ତି ର ପ୍ରତୀକ ଭାବେ ଥିଲେ I କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ନବୀନ ଙ୍କ ନିର୍ମଳ ଭାବ ମୂର୍ତିରେ ଦୁର୍ନୀତି ରେ ଛିଟା ଲାଗିଥିବା ବେଳେ ଦୁର୍ନୀତି ରେ ସମ୍ପୃକ୍ତ ନେତା ମାନଙ୍କୁ ଘଣ୍ଟ ଘୋଡାଇଥିବାର ଅଭିଯୋଗ ଆସେ I ବିଜେଡି କୁ ପରିକଳ୍ପନା କରିଥିବା ମୁଖ୍ୟ ନେତା ମାନେ ଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିବା ବେଳେ ଅନ୍ୟ କେତେକ ଦଳ ଛାଡି ପଳାଇଛନ୍ତି I ବିଜୟ ମହାପାତ୍ର ,ବୈଜୟନ୍ତ ପଣ୍ଡା ,ଦାମ ରାଉତ ,ଦିଲୀପ ରାୟ , ପଞ୍ଚାନନ କାନୁନଗୋ, ହେଉଛନ୍ତି ବିଜେଡି ପ୍ରତିଷ୍ଠା ର ମୁଖ୍ୟ ପୁରାଧା ମାନେ I

ଆଜି କିନ୍ତୁ ସେମାନେ ଦଳରେ ନାହାନ୍ତି I ଦାମ ରାଉତ ,ବୈଜୟନ୍ତ ଦଳରେ ଦୁର୍ନୀତି ହେଉଥିବାର ଅଭିଯୋଗ କରି ନବୀନ ଙ୍କ ରୋଷର ଶିକାର ହେଇଛନ୍ତି I ଇତିମଧ୍ୟରେ ଦିଲୀପ ରାୟ ଏବଂ ବିଜୟ ମହାପାତ୍ର ମଧ୍ୟ ବିଜେଡି ରୁ ବିଦା ହେବା ପରେ ବିଜେପି ରେ ମିଶିଥିଲେ ହିଁ ନିକଟ ଅତୀତ ରେ ଦଳ ଛାଡିଛନ୍ତି I ଦାମ ବ୍ରଜ ଙ୍କ ସହିତ ମିଶି ଏକ ନୂଆ ଦଳ ଗଢିବାର ସ୍ବପ୍ନ ଦେଖୁଥିବା ବେଳେ ବୈଜୟନ୍ତ ମଧ୍ୟ ହେଇଯାଉ ପରିବର୍ତନ ର ନାରା ଦେଉଛନ୍ତି I

ଦିଲୀପ ,ବିଜୟ ରାଜନୀତି ର ପାଣିପାଗ କୁ ବିସ୍ଲେସଣ କରୁଛନ୍ତି I ଏମିତିରେ କହିବାକୁ ଗଲେ ଆଜି ବିଜେଡି ର ପ୍ରତିଷ୍ଠା ଦିବସ ଥିବାବେଳେ ବିଜେଡି ପ୍ରତିଷ୍ଠା ରେ ମୁଖ୍ୟ ପୁରାଧା ମାନେ ଏବେ ବାହାରେ ବିଜେଡି ବିରୁଧରେ ପ୍ରତିଶୋଧ ଅପେକ୍ଷାରେ I ବିଜେଡି ର 20ବର୍ଷର ଲୋକହିତକର କାର୍ଯ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯିବ I

ଅପରପକ୍ଷରେ ରାଜ୍ୟରେ ବିଭିର୍ଣ୍ଣ ସମସ୍ୟା ଯଥା ବେକାରୀ ସମସ୍ୟା ,କୁନ୍ଦୁଲି ,ବେବିନା ଘଟଣା ପରି ନାରୀ ନିର୍ଯାତନା ,ରାଜ୍ୟର କୃଷି ସମସ୍ୟା, ଆଦି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ମଧ୍ୟ ପହଁଚିବାକୁ ଉଭୟ ବିଜେପି ଏବଂ କଂଗ୍ରେସ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି I

Leave a Reply

Your email address will not be published. Required fields are marked *